ଅଗ୍ନିପଥ ଯୋଜନାକୁ ଚାଲେଞ୍ଜ୍‌ କରି ଆଗତ ପିଟିସନ୍‌ଗୁଡ଼ିକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଏଥିରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ ଦର୍ଶାଇ କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ ଯୋଜନା’କୁ ଚାଲେଞ୍ଜ୍‌ କରି ଆଗତ ପିଟିସନ୍‌ଗୁଡ଼ିକୁ ଆଜି ଦିଲ୍ଲୀ ହାଇକୋର୍ଟ ଖାରଜ କରି ଦେଇଛନ୍ତି।

‘ଅଗ୍ନିପଥ ଯୋଜନା’କୁ ଚାଲେଞ୍ଜ୍‌ କରି ଆଗତ ସମସ୍ତ ପିଟିସନ୍‌ ଖାରଜ କରାଗଲା ବୋଲି ମୁଖ୍ୟ ବିଚାରପତି ସତୀଶଚନ୍ଦ୍ର ଶର୍ମା ଏବଂ ବିଚାରପତି ସୁବ୍ରମଣିୟମ୍‌ ପ୍ରସାଦ ରାୟ ଘୋଷଣା କରିଛନ୍ତି। ଏହି ପିଟିସନ୍‌ ସବୁର ଶୁଣାଣି କରାଯାଇ ଗତବର୍ଷ ଡିସେମ୍ବର ୧୫ ତାରିଖରେ ରାୟ ସଂରକ୍ଷଣ କରି ରଖାଯାଇଥିଲା।

Related Articles

Back to top button