ଲକଡାଉନ ନିୟମର ଉଲ୍ଲଂଘନ ଅଭିଯୋଗରେ ପ୍ରବାସୀ ଶ୍ରମିକଙ୍କ ବିରୋଧରେ ରୁଜୁ ମାମଲା ପ୍ରତ୍ୟାହାର ହେବ, ଦିଲ୍ଲୀ ଉପରାଜ୍ୟପାଳଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ଲକଡାଉନ ନିୟମର ଉଲ୍ଲଂଘନ କରିଥିବା ପ୍ରବାସୀ ଶ୍ରମିକଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର ହେବ।  କରୋନା ସଂକ୍ରମଣର ପ୍ରସାର ରୋକିବା ପାଇଁ ଦିଲ୍ଲୀ ସରକାର ପକ୍ଷରୁ ଲକଡାଉନ ଲାଗୁ କରାଯାଇଥିଲା। ଏହି ଲକଡାଉନ ସମୟରେ ନିୟମର ଉଲ୍ଲଂଘନ କରିବା ଅଭିଯୋଗରେ ୬୪ ଜଣ ପ୍ରବାସୀଙ୍କ ବିରୋଧରେ ୧୫ ମାମଲା ରୁଜୁ କରାଯଆଇଥିଲା । କିନ୍ତୁ ଏବେ ଦିଲ୍ଲୀ ସରକାର ଏହି ମାମଲା ସବୁକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏ ସମ୍ପର୍କୀୟ ଏକ ପ୍ରସ୍ତାବକୁ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ମଞ୍ଜୁରୀ ପ୍ରଦାନ କରିଛନ୍ତି।

ଏହାସହ ଦିଲ୍ଲୀ ଉପରାଜ୍ୟପାଳ ଦିଲ୍ଲୀ ପୋଲିସକୁ ୧୦୦ରୁ ଅଧିକ ପ୍ରବାସୀଙ୍କ ସହ ଜଡିତ ୧୦ଟି ମାମଲାରେ କ୍ଲୋଜର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉପରାଜ୍ୟପାଳ ମାନବୀୟ ଏବଂ ଯୁକ୍ତିସଙ୍ଗତ ଦୃଷ୍ଟିକୋଣକୁ ଦେଖି କହିଛନ୍ତି, ଗରିବ ପ୍ରବାସୀଙ୍କ ଦ୍ୱାରା ମହାମାରୀ ଆଇନର ଉଲ୍ଲଂଘନ ଛୋଟିଆ ଭୁଲ ହୋଇପାରେ, ଯାହା ଅତ୍ୟଧିକ ସଂକଟ ସ୍ଥିତି ଯୋଗୁଁ ସେମାନଙ୍କ ଦ୍ୱାରା ହୋଇଛି । ସେ ଏହା ମଧ୍ୟ କହିଛନ୍ତି ଏହି ନିଷ୍ପତ୍ତି ଅଭିଯୁକ୍ତଙ୍କୁ ଅନାବଶ୍ୟକୀୟ ଉତ୍ପୀଡନରୁ ରକ୍ଷା କରିବ।

ରାଷ୍ଟ୍ରୀୟ ରାଜଧାନୀରେ ପ୍ରବାସୀଙ୍କ ଅସହାୟ ସ୍ଥିତକୁ ନଜରରେ ରଖି ତଥା ସର୍ବୋଚ୍ଚ ନ୍ୟାୟାଳୟଙ୍କ ଜୁନ ୯ ଆଦଶର ଅନୁରୂପରେ ଦିଲ୍ଲୀ ଏଲଜି ଏହି ନିଷ୍ପତ୍ତି ନେଇଛନ୍ତି।

Related Articles

Back to top button