ଦିଲ୍ଲୀ-ଏନସିଆରରେ ବଢୁଛି ପ୍ରଦୂଷଣ, ଏକ୍ୟୁଆଇ ୪୦୦ ଉପରେ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ଗତ କିଛିଦିନ ହେବ ଲଗାତାର ଥଣ୍ଡା ବଢିବାରେ ଲାଗିଛି। ଦିନରେ ସାମାନ୍ୟ ଖରା ଦେଖାଯାଉଛି। ଏହାଯୋଗୁ ପାଗ ସାମନ୍ୟ ଥଣ୍ଡା ଓ ଗରମ ଅନୁଭବ ହେଉଛି। ଏହାସହ ସକାଳେ, ସନ୍ଧ୍ୟା ଓ ରାତିରେ ଥଣ୍ଡା ସାମନ୍ୟ ବଢି ଯାଉଛି। ଏହା ସହ ସକଳେ ଧୂଆଁ ଓ କୁହୁଡି ଦେଖାଯାଉଛି ।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗୁରୁବାର ବି ଦିଲ୍ଲୀରେ ଧୂଆଁ ଘେରି ରହିବା ସହ ଦିନରେ ପାଗ ସଫା ରହିବ । ଶୁକ୍ରବାର ସମାନ ପାଗ ରହିବା ସହ ଶନିବାର ସାମନ୍ୟ ପରିବର୍ତ୍ତନ ହୋଇପାରେ। ଆକାଶରେ ବାଦଲ ଦେଖାଦେଇପାରେ। ନୋଏଡା ଓ ଗୁରୁଗ୍ରାମରେ ବି ଦିଲ୍ଲୀ ଭଳି ପାଣିପାଗ ରହିବ । ଏହି ସମୟରେ ସର୍ବୋଚ୍ଚ ତାପମାତ୍ରା ୩୦-୩୨ ଡିଗ୍ରୀ ରହିବ। ଏହିପରି ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ରହିପାରେ।

ପାଣିପାଗର ପରିବର୍ତ୍ତନ ସହ ଦିଲ୍ଲୀ-ଏନସିଆରର ପ୍ରଦୂଷଣ ବେଳକୁ ବେଳ ବଢିବାରେ ଲାଗିଛି। ଏହା ଏବେ ଅତି ଜଟିଳ ଶ୍ରେଣୀକୁ ଚାଲି ଯାଇଥିବା କୁହାଯାଉଛି । ଏଠାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୪୦ ଉପରେ ରହିଛି। ଆନନ୍ଦ ବିହାରରେ ଏହା ୪୪୯ ହୋଇଥିବା ବେଳେ ଅଧିକାଂଶ ସ୍ଥାନରେ ଏୟାର କ୍ୱାଲିଟି ଇଣ୍ଡେକ୍ସ(ଏକ୍ୟୁଆଇ) ୪୪୨ ରହିଥିବା ରେକର୍ଡ କରାଯାଇଛି।

Related Articles

Back to top button