ଦିଲ୍ଲୀରେ ହାଇ ଆଲର୍ଟ ଜାରି : ୧୦ହଜରାରୁ ଅଧିକ ସୁରକ୍ଷା କର୍ମୀ ମୃତୟନ

ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି । ଦିଲ୍ଲୀରେ ୧୦ହଜରାରୁ ଅଧିକ ସୁରକ୍ଷା କର୍ମୀ ମୃତୟନ ହୋଇଛନ୍ତି । ଟ୍ରାଫିକ୍‍ ପରିଚାଳନା ପାଇଁ ପ୍ରାୟ ୩ହଜାର କର୍ମୀଙ୍କୁ ମୁତୟନ କରାଯାଇଥିବା ବେଳେ ଅନେକ ରୁଟ୍‍ ରେ ଗତପଥ ପରିବର୍ତ୍ତନ କରାଯାଇଛି ।ଏହାସହିତ ଭାରି ଯାନବାହାନ ପ୍ରବେଶ ନିଷିଦ୍ଧ କରାଯିବ । ଲାଲକିଲ୍ଲା, ଇଣ୍ଡିଆ ଗେଟ୍‍, ରାଜଘାଟ ଭଳି ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କେବଳ ନିମନ୍ତ୍ରିତ ଲୋକଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ । ସ୍ୱାଧୀନତା ଦିବସ ପାଳନର ପରେଡ ଅଭ୍ୟାସ ଯୋଗୁଁ ପୁଲିସ ଲାଲକିଲ୍ଲା ଚାରିପାଖର ରାସ୍ତା ବଦଳାଇ ଦିଆଯାଇଛି ।

ବୋମା, ଅସ୍ତ୍ରଶସ୍ତ୍ର ଇତ୍ୟାଦି ଯାଞ୍ଚ କରିବା ପାଇଁ ଲାଲକିଲ୍ଲା ଅଞ୍ଚଳର ପାର୍କିଂରେ ଥିବା ଯାନବାହାନ ତଳେ ସର୍ବେକ୍ଷଣ ପ୍ରଣାଳୀ ପ୍ରଥମ ଥର ପାଇଁ ସ୍ଥାପନ କରାଯାଇଛି । ଅବୈଧ ଅନୁପ୍ରବେଶ ଉପରେ କଡା ନଜର ରଖିବା ପାଇଁ ସିସିଟିଭି ବ୍ୟବସ୍ଥା ହୋଇଛି । ପୁଲିସ ଡ୍ରୋନ୍‍ ଦ୍ୱାରା ଆକାଶ ମାର୍ଗରୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିଛି । ଏହାସହିତ ସାଇବର ଟିମ୍‍ ସୋସିଆଲ ମିଡ଼ିଆ ଉପରେ କଡା ନଜର ରଖିଛନ୍ତି । ଫଳରେ ବିବାଦୀୟ ପୋଷ୍ଟ ମାଧ୍ୟମରେ ବିଭ୍ରାନ୍ତକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ।

 

Related Articles

Back to top button