ବିମାନରେ ମହିଳାଙ୍କ ଉପରେ ପରିସ୍ରା କରିବା ଘଟଣାରେ ଅଭିଯୁକ୍ତ ଶଙ୍କର ମିଶ୍ରଙ୍କୁ ମିଳିଲା ଜାମିନ୍

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳାଙ୍କ ଉପରେ ପରିସ୍ରା କରିବା ମାମଲାରେ ଅଭିଯୁକ୍ତ ହୋଇଥିବା ଶଙ୍କର ମିଶ୍ରଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି । ଶଙ୍କର ମିଶ୍ରଙ୍କୁ ଦିଲ୍ଲୀ କୋର୍ଟରୁ ଜାମିନ ମିଳିଛି । ଏହାପୂର୍ବରୁ ସୋମବାର ଶଙ୍କର ମିଶ୍ରଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହୋଇଥିଲା । ଏହି ଆବେଦନ ଶୁଣିବା ପରେ କୋର୍ଟ ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ ।

ବର୍ତ୍ତମାନ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ମଙ୍ଗଳବାର ଏହି ମାମଲାରେ ଅଭିଯୁକ୍ତ ଶଙ୍କର ମିଶ୍ରଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏକ ଲକ୍ଷ ଟଙ୍କା ବଣ୍ଡ ହିସାବରେ ଅଭିଯୁକ୍ତ ଶଙ୍କର ମିଶ୍ରଙ୍କୁ ଏହି ଜାମିନ ମିଳିଛି । ତେବେ ନ୍ୟୁୟର୍କରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଶଙ୍କର ମିଶ୍ର ଜଣେ ଜଣେ ମହିଳାଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗ ହୋଇଥିଲା ।

ଏହି ମାମଲାରେ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ବିରୋଧ କରି ପୋଲିସ ପକ୍ଷରୁ କୁହାଯାଇଥିଲା କି, ଅଭିଯୁକ୍ତଙ୍କ ଏହି କାର୍ଯ୍ୟ ଆନ୍ତର୍ଜାତୀୟ ସ୍ତରରେ ଭାରତକୁ ଅସମ୍ମାନ କରିଛି । ଜାନୁଆରୀ ୭ ରେ ବେଙ୍ଗାଲୁରୁରୁ ଶଙ୍କର ମିଶ୍ରଙ୍କୁ ଗିରଫ କରାଯାଇଥିଲା । ଅଭିଯୋଗ ହୋଇଛି ଯେ, ନଭେମ୍ବର ୨୬ ରେ ସେ ଏୟାର ଇଣ୍ଡିଆର ନ୍ୟୁୟର୍କ-ଦିଲ୍ଲୀ ବିମାନର ବିଜନେସ୍ କ୍ଲାସର ଜଣେ ମହିଳାଙ୍କ ଉପରେ ପରିସ୍ରା କରିଥିଲେ ।

Related Articles

Back to top button