ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନାବିସ୍

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନାବିସ୍, ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ । ମୁମ୍ବାଇରେ ବର୍ଣ୍ଣାଢ୍ୟ ଉତ୍ସବରେ ଶପଥ ପାଠ କରାଇଲେ ରାଜ୍ୟପାଳ ।ଦୁଇ ସପ୍ତାହର ସସପେନ୍ସ ପରେ ଆଜି ସବୁକିଛି ସ୍ପଷ୍ଟ ହୋଇଯାଇଛି । ମହାରାଷ୍ଟ୍ରରେ ଆରମ୍ଭ ହୋଇଛି ମହାୟୁତି ସରକାର । ବିଜେପି ନେତା ଦେବେନ୍ଦ୍ର ଫଡ଼ନବିସ୍‌ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଆଉ ତାଙ୍କ ସହ ଦୁଇ ଜଣ ଉପମୁଖ୍ୟମନ୍ତ୍ରା ଏକନାଥ ସିନ୍ଦେ ଏବଂ ଅଜିତ ପାଓ୍ବାର ଶପଥ ଗ୍ରହଣ କରିଛନ୍ତି । ମୁମ୍ବାଇର ଆଜାଦ ମଇଦାନରେ ଆୟୋଜିତ ଭବ୍ୟ ଶପଥ ଗ୍ରହଣ ସମାରୋହରେ ଫଡ଼ନବିସ୍‌, ସିନ୍ଦେ ଏବଂ ପାଓ୍ବାରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ସିପି ରାଧାକୃଷ୍ଣନ । ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏବଂ ଭାଜପା ମୁଖ୍ୟ ଜେପି ନଡାଙ୍କ ସମେତ ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗ ଦେଇଛନ୍ତି।

Related Articles

Back to top button