ଡିଜିସିଏ ପକ୍ଷରୁ ୧୨ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ନୂଆ ନିୟମ ଜାରି

ମଙ୍ଗଳବାର ଡିଜିସିଏ ପକ୍ଷରୁ ୧୨ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ବିମାନରେ ଏକ ନୂଆ ନିୟମ ଜାରି କରାଯାଇଛି । ନୂଆ ନିୟମ ହେଉଛି, ଯଦି ବିମାନରେ ୧୨ ବର୍ଷରୁ କମ୍ ବୟସର ପିଲାମାନେ ଯାତ୍ରା କରୁଛନ୍ତି ତେବେ ସେମାନଙ୍କ ସିଟ୍ ସେମାନଙ୍କ ପିତାମାତାଙ୍କ ପାଖରେ ମିଳିବ । କାରଣ ବିମାନ ଉଡ଼ାଣ ଭରିବା ସମୟରେ ସାଧାରଣତଃ ବିମାନରେ ଯାତ୍ରା କରୁଥିବା ପିଲା ଭୟଭୀତ ହୋଇ ଯାଆନ୍ତି । ସେଥିପାଇଁ ସେମାନଙ୍କ ସିଟ ପିତାମାତାଙ୍କ ପାଖରେ ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବିମାନରେ ପିଲାଙ୍କୁ ସେମାନଙ୍କ ପିତାମାତାଙ୍କ ପାଖରେ ଦିଆଯାଉନଥିବା ଅଭିଯୋଗ ହୋଇଛି ବୋଲି ସୂଚନା ମିଳିଛି । ବିମାନରେ ପିଲାମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

Related Articles

Back to top button