ଏନଆଇଏର ଡିଜି ହେଲେ ଦିନକର ଗୁପ୍ତା

ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ ଏଜେନ୍ସି(NIA)ର ଡାଇରେକ୍ଟର ଜେନେଲାର(ଡିଜି) ହେଲେ ବରିଷ୍ଠ IPS ଅଫିସର ଦିନକର ଗୁପ୍ତା। ଗୁରୁବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ ଏନ୍‌ଆଇଏ ଡିଜି ନିଯୁକ୍ତି ଦିଆଯାଇଛି।

ପଞ୍ଜାବ କ୍ୟାଡରର ୧୯୮୭ ବେଚ୍‌ର ଆଇପିଏସ୍ ଅଫିସରଙ୍କୁ କ୍ୟାବିନେଟ୍ ନିଯୁକ୍ତି କମିଟି ଏନ୍‌ଆଇଏ ଡିଜି ପଦରେ ନିଯୁକ୍ତି ଦେଇଛି। ୨୦୨୪ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ତାଙ୍କୁ ଏହି ପଦରେ ନିଯୁକ୍ତି ଦିଆଯାଇଛି। ଏହାପରେ ସେ ଅବସର ନେବେ। ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ନିଯୁକ୍ତି ଦିଆଯାଇଛି।

ସେହିପରି ଅନ୍ୟ ଏକ ଅପଡେଟ୍ ଖବର ହେଲା IBର ସ୍ୱତନ୍ତ୍ର ନିର୍ଦ୍ଦେଶକ ତଥା ୧୯୮୭ କ୍ୟାଡର ବ୍ୟାଚ୍‌ର ଆଇପିଏସ୍ ଅଫିସର ସ୍ୱାଗତ ଦାସଙ୍କୁ କେନ୍ଦ୍ର ଗୃହମନ୍ତ୍ରାଳୟର ଆନ୍ତରିକ ସୁରକ୍ଷାର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ୨୦୨୪ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ ବୋଲି କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଉଭୟ ଅଫିସରଙ୍କର ନିଯୁକ୍ତି ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଚିଠି ଜାରି କରି ସୂଚନା ଦିଆଯାଇଛି।

Related Articles

Back to top button