ଟ୍ରେନରେ ଯାତ୍ରା କରିବା ସମୟରେ ଏପରି ଜିନିଷ ସମ୍ପୂର୍ଣ୍ଣ ରୂପେ ବାରଣ

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରିବା ସମୟରେ ଆମେ ନିଜ ସହିତ ଆମର ଆବଶ୍ୟକିୟ ସାମଗ୍ରୀ ନେଇଥାନ୍ତି । ଫଳରେ ଯାତ୍ରା ସମୟରେ ଆମେ କୌଣସି ଅସୁବିଧାରେ ପଡନ୍ତି ନାହିଁ । କିନ୍ତୁ ଟ୍ରେନରେ ଯାତ୍ରା ସମୟରେ କିଛି ନିର୍ଦ୍ଦିଷ୍ଟ ଓଜନର ଜିନିଷ ନେବାର ନିୟମ ଥାଏ । ଯଦି ଏହାଠାରୁ ଅଧିକ ଓଜନ ଜିନିଷ ନିଅନ୍ତି ତେବେ ।ମକୁ ଜୋରିମାନା ଦେବାକୁ ପଡିପାରେ । ଏଥିସହିତ ଏପରି କିଛି ଜିନିଷ ଅଛି ଯାହାକୁ ଟ୍ରେନରେ ନେବାକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଥାଏ । ଯଦି ସେହି ଜିନିଷ ଟିଟି ସାମ୍ନାରେ ଧରାପଡେ ତେବେ ଆମକୁ ଜୋରିମାନା ଦେବା ସହ ଜେଲ ଦଣ୍ଡ ମଧ୍ୟ ହୋଇପାରେ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ…

ଷ୍ଟୋଭ ବା ଗ୍ୟାସ୍ ସିଲିଣ୍ଡର: ଭାରତୀୟ ରେଳ ବିଭାଗ ନିୟମ ଅନୁଯାୟୀ, ଟ୍ରେନରେ ଯାତ୍ରା ସମୟରେ ଆପଣ କୌଣସି ଷ୍ଟୋଭ କିମ୍ବା ଗ୍ୟାସ୍ ସିଲିଣ୍ଡର ନେଇ ପାରିବେ ନାହିଁ । କାରଣ ଏହା ରେଳ ଅଧିନିୟମ ଅନୁଯାୟୀ ବେଆଇନ୍ ଅଟେ । ତେଣୁ ଆପଣ ଯଦି କୌଣସି ପ୍ରକାର ଗ୍ୟାସ ସିଲିଣ୍ଡର କିମ୍ବା ଷ୍ଟୋଭ ନେଇ ଟ୍ରେନରେ ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ରେଳବାଇର ଅନୁମତି ଆଣନ୍ତୁ । କିନ୍ତୁ ଯଦି ଆପଣ ଭରା ହୋଇଥିବା ଗ୍ୟାସ ସିଲିଣ୍ଡର ନିଅନ୍ତି ଏବଂ ଧରାପଡନ୍ତି ତେବେ ଆପଣଙ୍କୁ ଜୋରିମାନା ସହ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ ।

ଏସିଡ୍: ଟ୍ରେନରେ ଯାତ୍ରା କରିବା ସମନୟରେ ସେିଡ ବୋତଲ ବହନ କରିବା ସମ୍ପୂର୍ଣ୍ଣ ରୂପେ ନିଷେଦ୍ଧ ଅଟେ । ଯଦି କୌଣସି ଯାତ୍ରୀ ଏପରି କରିବାର ଧରାପଡନ୍ତି ତେବେ ତାଙ୍କୁ ତୁରନ୍ତ ରେଳବାଇ ଆଇନର ଧାରା ୧୬୪ ଅନୁଯାୟୀ ଗିରଫ କରାଯାଇ ୩ ବର୍ଷ ଜେଲଦଣ୍ଡ ଦିଆଯିବ । ଏଥିସହିତ ଆପଣଙ୍କୁ ୧୦୦୦ ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡିବ । ତେଣୁ ଟ୍ରେନରେ ଯାତ୍ରା ସମୟରେ ଏହିପରି ଜିନିଷ ନିଅନ୍ତୁ ନାହିଁ ।

ବାଣ: ଖାସ୍ କରି ଦୀପାବଳି ସମୟରେ ବିଦେଶରୁ ଅନେକ ଲୋକେ ଘରକୁ ଆସିଥାନ୍ତି । ଫଳରେ ଘରପାଇଁ ଅନେକ କିଛି ଜିନିଷ ଆଣିବା ସହ ସହ ବ୍ୟକ୍ତିମାନେ ବାଣ ଆଣିଥାନ୍ତି । କିନ୍ତୁ ଆପଣ ଯଦି ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ଆପଣ ନିଜ ସହ ବାଣ ଆଣିବା ସମ୍ପୂର୍ଣ୍ଣ ନିଷେଦ୍ଧ ହୋଇଥାଏ । ଯଦି ଆପଣ ବାଣ ଆଣୁଥିବା ଧରା ପଡନ୍ତି ତେବେ ଆପଣଙ୍କୁ ଜରିମାନା ସହ ଜେଲ ଦଣ୍ଡ ମଧ୍ୟ ହୋଇପାରେ । ତଚେଣୁ ଟ୍ରେନରେ ଯାତ୍ରା ସମୟରେ ନିଜସହ କେବେ ବି ବାଣ ଆଣନ୍ତୁ ନାହିଁ ।

ମାରଣାଅସ୍ତ୍ର: ଆପଣ ଟ୍ରେନରେ ଲାଇସେନ୍ସ ପ୍ରାପ୍ତ ମାରଣାସ୍ତ୍ର ବ୍ୟତୀତ ଅନ୍ୟ କୌଣସି ଅସ୍ତ୍ରଶସ୍ତ୍ର ନେବାକୁ ବାରଣ କରାଯାଏ ।
ତେବେ ଯଦି ଆପଣ ଠାରୁ କୌଣସି ମାରଣାସ୍ତ୍ର ବାହାରେ ତେବେ ରେଲୱେ ଆକ୍ଟ ଏବଂ ଆର୍ମସ୍ ଆକ୍ଟ ଅନୁଯାୟୀ ଆପଣଙ୍କ ବିରୋଧରେ ମାମଲା ଦାୟର କରି କାର୍ୟ୍ୟ ଆରମ୍ଭ କରାଯାଇପାରିବ। ଏଥିସହିତ ଆପଣଙ୍କୁ ଭାରି ଅଙ୍କର ଜୋରିମାନା ମଧ୍ୟ ଦେବାକୁ ପଡିବ । ତେଣୁ ଟ୍ରେନରେ ଯାତ୍ରା ସମୟରେ ଏହି ସବୁ ଜିନିଷ ନିଜ ସହ କେବେ ବି ନିଅନ୍ତୁ ନାହିଁ ।

Related Articles

Back to top button