ପରମାଣୁ ଶକ୍ତି ଆୟୋଗର ଅଧ୍ୟକ୍ଷ ହେଲେ ଡ. ଅଜିତ ମହାନ୍ତି
ଭୁବନେଶ୍ୱର: ଡ. ଅଜିତ ମହାନ୍ତି ଆଟୋମିକ୍ ଏନର୍ଜି କମିଶନର ଅଧ୍ୟକ୍ଷ ହୋଇଛନ୍ତି । ଆଟୋମିକ ଏନର୍ଜି ଡିପାର୍ଟମେଣ୍ଟର ସେକ୍ରେଟାରୀ ଭାବେ ଶ୍ରୀ ମହାନ୍ତି କାର୍ଯ୍ୟ କରିବେ । ବର୍ତ୍ତମାନ ଶ୍ରୀ ମହାନ୍ତି ଭାବା ଆଟୋମିକ୍ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ବେଳେ ସେ ଗତ ୨୦୧୯ରୁ ଏହି ପଦ ସମ୍ଭାଳୁଛନ୍ତି ।
ଶ୍ରୀ ମହାନ୍ତି ୬୬ ବର୍ଷ ବୟସ ପର୍ଯ୍ୟନ୍ତ ଆଣବିକ ଶକ୍ତି ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱରେ ରହିବେ । ଆସନ୍ତା ୨୦୨୫ ମସିହା ଅକ୍ଟୋବର ମାସ ୧୦ ତାରିଖରେ ତାଙ୍କର କାର୍ଯ୍ୟକାଳ ସମାପ୍ତ ହେବ । ଅଜିତଙ୍କ ନିଯୁକ୍ତିକୁ ଗତ ୨୯ ତାରିଖରେ କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ମଞ୍ଜୁରୀ ପ୍ରଦାନ କରିଥିଲା । ଅଜିତ ବିଭିନ୍ନ ସଂସ୍ଥାରେ ସମ୍ମାନଜନକ ପଦରେ କାର୍ଯ୍ୟ କରିଥିଲେ । ଭାରତୀୟ ଫିଜିକ୍ସ ସୋସାଇଟି ପକ୍ଷରୁ ଗତ ୧୯୮୮ରେ ତାଙ୍କୁ ଯୁବ ପଦାର୍ଥ ବିଜ୍ଞାନୀ ପୁରସ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ୧୯୯୧ରେ ସେ ଜାତୀୟ ବିଜ୍ଞାନ ଏକାଡେମୀ ତରଫରୁ ଯୁବ ବିଜ୍ଞାନୀ ପୁରସ୍କାର ପାଇଥିଲେ ।