ସମୁଦ୍ର ଜଗିବ ମାନବବିହୀନ ସଶସ୍ତ୍ର ରିମୋଟ ବୋଟ୍

ମୁମ୍ବାଇ: ସମୁଦ୍ର ଜଗିବ ବୋଟ୍ । ଶତ୍ରୁ ସହ ବି ଲଢିବ । ରିମୋଟ ନିୟନ୍ତ୍ରଣରେ ସମୁଦ୍ରରେ ପଇଁନ୍ତରା ମାରିବ ମାନବବିହୀନ ସଶସ୍ତ୍ର ବୋଟ୍ । ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି ବୋଟର ସଫଳ ପରୀକ୍ଷଣ ହୋଇଛି । ବିନା ମଣିଷ, ବିନା ଭେସଲରେ ଶତ୍ରୁ ଉପରେ ନଜର ରଖିବ ଏହି ବୋଟ୍ । DRDO ଦ୍ବାରା ପୁଣେର ଭାମା ଆସଖେଣ୍ଡ ଡ୍ୟାମ୍‌ରେ ଏହାର ପରୀକ୍ଷଣ ହୋଇଛି । ସମୁଦ୍ରରେ ଶତ୍ରୁ ପକ୍ଷର ଗତିବିଧି ଉପରେ ନଜର ରଖିବ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ବୋଟ୍‌ । ୨୪ ଘଣ୍ଟା ପାଣିରେ ରହି ପାଟ୍ରୋଲିଂ କରିପାରିବ । ତିନୋଟି ବୋଟର ସଫଳ ପରୀକ୍ଷା ହୋଇଥିବା ସୂଚନା ଦେଇଛନ୍ତି ଗ୍ରୁପର ନିର୍ଦ୍ଦେଶକ ପିଏମ ନାୟକ ।

ବିଦ୍ୟୁତ୍‌ ଓ ମୋଟର ଇଞ୍ଜିନରେ ଚାଲିବ ଏହି ସଶସ୍ତ୍ର ବୋଟ୍ । ପାଟ୍ରୋଲିଂ ଓ ଅନୁସନ୍ଧାନ ପାଇଁ ଏହି ବୋଟ୍ କାମ କରିିବ । ଡବଲହଲ କାଟାମାରାନ, ରିିଜିଡ ହଲ ବୋଟ ଅନ୍ୟଟି ସଶସ୍ତ୍ର ବୋଟ ରିମୋଟ ନିୟନ୍ତ୍ରଣରେ ଦରିଆରେ ଶତ୍ରୁ ଉପରେ ନଜର ରଖିବ । ଏଥିରେ ଉନ୍ନତ ଅସ୍ତ୍ରଶସ୍ତ୍ର ଖଞ୍ଜା ଯାଇଛି । ଏହାସହ ଏଥିରେ ସୋନାର ଓ ରାଡାର ସିଷ୍ଟମ ରହିିଛି । ଯଦି ଶତ୍ରୁ ହାତରେ ପଡେ ତେବେ ଏଥିରୁ ଆପେ ଆପେ ଡାଟା ନଷ୍ଟ ହୋଇଯିବ ।

ଶତ୍ରୁ ସହ ମୁକାବିଲା କରିବାକୁ ଉନ୍ନତ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ର ତିଆରି କରୁଛି ଭାରତ । ଗତକାଲି ନୌସେନାକୁ ଶକ୍ତିଶାଳି କରିବାକୁ ଏକ ମାନବବାହୀ ଡ୍ରୋନ ଉଦ୍ଭାବନ କରିଛି ଇଣ୍ଡିଆ ସ୍ଟାର୍ଟଅପ ସାଗର ଡିଫେନ୍ସ ଇଞ୍ଜିନିୟରିଂ । ଏହି ଡ୍ରୋନ 100 କିଲୋଗ୍ରାମ ଓଜନ ବୋହିବାର କ୍ଷମତା ରଖିଛି । 25ରୁ30 କିଲୋମିଟର ଦୂରତା ସହିତ ପ୍ରାୟ 30 ମିନିଟ୍ ଯାଏଁ ଉଡିପାରିବ । 500ମିଟର ଉଚ୍ଚକୁ ଉଡିପାରିବ । ଖୁବଶୀଘ୍ର ଏହାକୁ ଭାରତୀୟ ନୌସେନାରେ ସାମିଲ କରାଯିବ ।

Related Articles

Back to top button