
ଶ୍ରାବଣ ମାସରେ ଷ୍ଟେସନରେ ଯାତ୍ରୀଙ୍କୁ ମିଳିବ ସଂପୂର୍ଣ୍ଣ ସାତ୍ତ୍ୱିକ ଭୋଜନ
ଭାରତୀୟ ରେଲୱେ ଖାଦ୍ୟପେୟ ଏବଂ ପର୍ଯ୍ୟଟନ ନିଗମ (ଆଇଆର୍ସିଟିସି) ଶ୍ରାବଣରେ ଖାଦ୍ୟପେୟରେ ଫଳକୁ ଅଧିକ ଗୁରୁତ୍ୱ ଦେବ । ଶ୍ରାବଣ ମାସ ୩୧ ଅଗଷ୍ଟରେ ସରିବ ଯେଉଁଥିରେ ୮ ସୋମବାର ରହିଛି । ଏପରି ସ୍ଥିତିରେ ଶ୍ରାବଣ ମାସରେ ଖାଦ୍ୟପେୟକୁ ନେଇ ଯାତ୍ରୀମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ (ଆଇଆର୍ସିଟିସି) ଏହା ଉପରେ ବିଶେଷ ଧ୍ୟାନ ରଖିବ ।
ଷ୍ଟେସନରେ ଯାତ୍ରୀଙ୍କୁ ସାତ୍ତ୍ୱିକ ଭୋଜନ ପରଷା ଯିବା ଲାଗି ସଂପୂର୍ଣ୍ଣ ବ୍ୟବସ୍ଥା କରାଯିବ । ୩ ଜୁଲାଇ ରାତିରୁ ହିଁ ଭାଗଲପୁର ଫୁଡ୍ ପ୍ଲାଜାରେ ନନ୍ ଭେଜ୍ ଖାଦ୍ୟ ମିଳିବା ସଂପୂର୍ଣ୍ଣ ଭାବରେ ବନ୍ଦ ହୋଇଯିବ । ଭାଗଲପୁର ଆଇଆର୍ସିଟିସିର ଶାକାହାରୀ ଭୋଜନରେ ରହିବ ଭାତ, ଡାଲି,ରୁଟି ପନିର, ପନିପରିବା ତରକାରୀ ଓ ସାଲାଡ ।