ରାଜ୍ୟ ଓ ଜିଲ୍ଲାଗୁଡିକର ସୋସିଆଲ ପ୍ରୋଗ୍ରେସ ଇଣ୍ଡେକ୍ସ ତଥ୍ୟ ଜାରି କଲା ଇଏସି-ପିଏମ୍

ନୂଆଦିଲ୍ଲୀ : ସମାଜରେ ଲୋକେ କିପରି ରହୁଛନ୍ତି, କେତେ ସୁଯୋଗ ପାଉଛନ୍ତି ସେସବୁକୁ ବି ଜାତୀୟ ସ୍ତରରେ ନିର୍ଦ୍ଧାରଣ କରାଯାଉଛି । ଏପରି ଅଭିଯାନ ଚଳାଇଛି ଇକୋନମିକ ଆଡଭାଇଜରି କାଉନସିଲ – ପ୍ରାଇମ ମିନିଷ୍ଟର ବା EAC-PM । EAC-PM ରାଜ୍ୟ ଓ ଜିଲ୍ଲାଗୁଡିକର ସୋସିଆଲ ପ୍ରୋଗ୍ରେସ ଇଣ୍ଡେକ୍ସ (SPI) ଜାରି କରିଛି ।

ପୁଡୁଚେରି ୬୫.୯୯ ସ୍କୋର ସହ ସର୍ବୋଚ୍ଚ SPI ହାସଲ କରିଛି । ଲାକ୍ଷାଦ୍ୱୀପ ଓ ଗୋଆ ଯଥାକ୍ରମେ ୬୫.୮୯ ଓ ୬୫.୫୩ ସ୍କୋର ସହ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ଶ୍ରେଷ୍ଠ ଜିଲ୍ଲା ତାଲିକାରେ ମିଜୋରାମର ଅଇଜ୍ୱଲ୍ ୧ମ, ହିମାଚଳପ୍ରଦେଶର ସୋଲାନ ୨ୟ ଓ ସିମଲା ୩ୟ ସ୍ଥାନରେ ରହିଛନ୍ତି ।

୧୨ଟି ଉପାଦାନକୁ କେନ୍ଦ୍ର କରି  SPI ଧାର୍ଯ୍ୟ ହୁଏ । ସର୍ବନିମ୍ନ ଆବଶ୍ୟକତା, ସୁସ୍ଥତା ଓ  ସୁଯୋଗ ଆଦି କେତେକ ଦିଗକୁ ଧ୍ୟାନରେ ରଖି SPI ନିର୍ଦ୍ଧାରଣ କରାଯାଏ । ଏଥିପାଇଁ ରାଜ୍ୟସ୍ତରରେ ୮୯ଟି ସୂଚକ ଓ ଜିଲ୍ଲାସ୍ତରରେ ୪୯ ସୂଚକକୁ ନେଇ ଅଧ୍ୟୟନ କରାଯାଏ । ସର୍ବନିମ୍ନ ଆବଶ୍ୟକତା ମଧ୍ୟରେ ରହିଛି ପୋଷଣ, ଚିକିତ୍ସା, ଜଳ ଓ ପରିମଳ, ବ୍ୟକ୍ତିଗତ ସୁରକ୍ଷା ଓ ଆଶ୍ରୟ । ସେହିପରି ସୂଚନା ଓ ଯୋଗଯୋଗ, ପରିବେଶ, ଜ୍ଞାନ ଆଧାରରେ ଦେଶ କେତେ ପ୍ରଗତିଶୀଳ ତାହାର ଅଧ୍ୟୟନ କରାଯାଏ ।

SPI ସ୍କୋର ଅନୁଯାୟୀ ରାଜ୍ୟ ଓ ଜିଲ୍ଲା ଗୁଡିକୁ ମଧ୍ୟ ରାଙ୍କିଙ୍ଗ୍ କରାଯାଏ । ଟାୟାର ୧ରୁ ଆରମ୍ଭ କରି ଟାୟାର ୬ ପର୍ଯ୍ୟନ୍ତ ରହିଛି ରାଙ୍କିଙ୍ଗ ।

Related Articles

Back to top button