ଥରିଲା ଅରୁଣାଚଳ ପ୍ରଦେଶ, ରିକ୍ଟର ସ୍କେଲରେ ୫.୭ ତୀବ୍ରତା

ଇଟାନଗର: ଗୁରୁବାର ଅରୁଣାଚଳ ପ୍ରଦେଶରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୭ରେ ମାପ କରାଯାଇଥିଲା। ଭୂକମ୍ପ ଯୋଗୁ ନାଗାଲାଣ୍ଡ ପର୍ଯ୍ୟନ୍ତ ଭୂମି ଥରିଥିଲା। ଏଥିରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ଏପର୍ଯ୍ୟନ୍ତ ଆସିନାହିଁ। ଏହାପୂର୍ବରୁ ଆଜି ସକାଳୁ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ୪.୩ ଥିଲା।
ନଭେମ୍ବର ୮ର ବିଳମ୍ବିତ ରାତିରେ ଭାରତର ଅନେକ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଥିଲା। ପଡୋଶୀ ଦେଶ ନେପାଳର ଦୋଟିରେ ଭୂକମ୍ପ ଯୋଗୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ଦିଲ୍ଲୀ, ୟୁପି, ବିହାର, ଉତ୍ତରପ୍ରଦେଶ, ଦିଲ୍ଲୀ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ଏବଂ ଜମ୍ମୁ କଶ୍ମୀରର ଅନେକ ସହରରେ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ନେପାଳ। ନେପାଳ ସୀମା ନିକଟରେ ଥିବା ଉତ୍ତରାଖଣ୍ଡର ପିଥୋରାଗଡ ନିକଟରେ ୬.୩ର ଶକ୍ତିଶାଳୀ ଭୂକମ୍ପରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା।

Related Articles

Back to top button