ଆସାମ, ଲଦାଖ ପରେ ଅରୁଣାଚଳ ପ୍ରଦେଶରେ ଭୂମିକମ୍ପ ଝଟକା

ଦିଶପୁର: ଆସାମ, ଲଦାଖ ପରେ ଅରୁଣାଚଳ ପ୍ରଦେଶରେ ଭୂମିକମ୍ପ ଝଟକା । ଭାରତର ତିନୋଟି ସ୍ଥାନରେ ମୃଦୁ ଭୂମିକମ୍ପ । ପ୍ରଥମେ ଆସାମର ତେଜପୁରରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୮ ରେକର୍ଡ କରାଯାଇଛି । ସେହିପରି ଲଦାଖରେ ୩.୯ ତିବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଛି । ଏହାର କିଛି ସମୟ ପରେ ଥରିଲା ଉଠିଲା ଅରୁଣାଚଳ ପ୍ରଦେଶ । ଭୂମିକମ୍ପ ପରେ ଭୟଭୀତ ହୋଇଯାଇଛନ୍ତି ସ୍ଥାନୀୟ ଲୋକେ ।

ଶୁକ୍ରବାର ସକାଳେ ଆସାମର ତେଜପୁର ଓ ଏହାର ଆଖପାଖ ଅଞ୍ଚଳରେ ଭୂମିକମ୍ପ ଝଟକା ଲାଗିଥିଲା । ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ଅନୁଯାୟୀ, ଶୁକ୍ରବାର ୧୦ଟା ୫ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳି ତେଜପୁର ଠାରୁ ୩୯ କିଲୋମିଟର ପଶ୍ଚିମରେ ରହିଛି । ସେହିପରି ଭୂପୃଷ୍ଠରୁ ୧୦କି.ମି ଗଭୀରତାରେ ରହିଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୭ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ ।

ସେହିପରି ଲଦାଖରେ ମଧ୍ୟ ଭୂମିକମ୍ପ ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୯ ମାଗ୍ନିଟ୍ୟୁଡ୍ ରହିଛି । ସକାଳ ପ୍ରାୟ ୧୦ଟା ୨୩ମିନିଟରେ ଅନୁଭୂତ ହୋଇଛି । ଲଦାଖ ଠାରୁ ୧୦ କିଲୋମିଟର ଗଭୀରତାରେ ଏହାର କେନ୍ଦ୍ରସ୍ଥଳି ରହିଛି । ଭୂମିକମ୍ପ ପରେ ଭୟଭୀତ ହୋଇଛନ୍ତି ସ୍ଥାନୀୟ ଲୋକେ ।

ଏହାର କିଛି ସମୟ ପରେ ଥରିଉଠିଲା ଅରୁଣାଚଳ ପ୍ରଦେଶ । ପୂର୍ବାହ୍ନ ପ୍ରାୟ ୧୧ଟା ୪୩ ମିନିଟରେ ଭୂମିକମ୍ପ ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୧ ରେକର୍ଡ କରାଯାଇଛି । ଭୂପୃଷ୍ଠ ଠାରୁ ୧୦ କିଲୋମିଟର ଗଭୀରତାରେ ଏହାର କେନ୍ଦ୍ରସ୍ଥଳି ରହିଛି । ଏହି ସିରିଜ୍ ଭୂମିକମ୍ପରେ ଏଯାଏଁ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ ।

Related Articles

Back to top button