ମହାରାଷ୍ଟ୍ରରେ ମୃଦୁ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୬

ନାସିକ୍: ମହାରାଷ୍ଟ୍ରରେ ଭୂମିକମ୍ପ ଝଟକା । ବୁଧବାର ସକାଳୁ ଥରି ଉଠିଲା ମହାରାଷ୍ଟ୍ରର ନାସିକ୍  ସମତେ ଏହାର ଆଖପାଖ ଅଞ୍ଚଳ । ରିକ୍ଟର ସ୍କେଲରେ ଭୂ-କମ୍ପର ତୀବ୍ରତା ୩.୬ ରହିଛି। ଭୂମିକମ୍ପର କେନ୍ଦ୍ରସ୍ଥଳୀ ନାସିକ୍‌ର ଠାରୁ ପଶ୍ଚିମ ଦିଗରେ ରହିଛି । ଏହାର କେନ୍ଦ୍ରବିନ୍ଦୁ ଭୂପୃଷ୍ଠରୁ ୫କିଲୋମିଟର ଦୂରେ ରହିଥିବା ଜଣାପଡ଼ିଛି ।

ଭାରତୀୟ ଭୂ-ବିଜ୍ଞାନ ବିଭାଗର ରିପୋର୍ଟ ଅନୁଯାୟୀ, ବୁଧବାର ଭୋର ୪.୦୪ମିନିଟ୍‌ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂଗର୍ଭରେ ପ୍ଲେଟ୍ ଟାକ୍ଟୋନିକ୍ ଯୋଗୁ ଝଟକା ଲାଗିଛି । ବିଶେଷ କରି ମହାରାଷ୍ଟ୍ରର ନାସିକ୍ ଓ ଏହାର ଆଖପାଖ ଅଞ୍ଚଳରେ ରହିଛି । ନାସକ୍ ଠାରୁ ପଶ୍ଚିମରେ ୮୯କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳୀ ରହିଥିବାବେଳେ କେନ୍ଦ୍ରବିନ୍ଦୁ ଭୂ-ପୃଷ୍ଠରୁ ୫କିଲୋମିଟର ଗଭୀରତା ରହିଛି ।

ସେହିପରି ସୋମବାର ଇଣ୍ଡୋନେସିଆରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏଥିରେ ପ୍ରାଯ ୨୫୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ମଙ୍ଗଳବାର ସୋଲୋମନ ଦ୍ବୀପରେ ଭୟଙ୍କର ଭୂମିକମ୍ପ ଝଟକା ଲାଗିଥିଲେ । ରିକ୍ଟର ସ୍ଲେଲରେ ତୀବ୍ରତା ରହିଛି ୭.୦ ରହିଥିଲା

Related Articles

Back to top button