ମଣିପୁର-ନେପାଳରେ ଭୂକମ୍ପ

ସୋମବାର ସକାଳ ପ୍ରାୟ ୫ଟା ୫୨ ସମୟରେ ଭାରତର ମଣିପୁର ଏବଂ ନେପାଳରେ ଭୂକମ୍ପ ଅନୁଭୂତ ହୋଇଛି। ଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ଥିଲା ବୋଲି ଭାରତୀୟ ଜାତୀୟ ଭୂଗବେଷଣା ନ୍ଦ୍ରେ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ନେପାଳର ନାଗରକୋଟର ଉତ୍ତର ଏବଂ ଉତ୍ତରପୂର୍ବର ୨୧ କିଲୋମିଟର ଦୂରରେ ଭୂଗର୍ଭରେ ଭୂକମ୍ପର କେନ୍ଦ୍ର ଥିବା ଆକଳନ କରାଯାଇଛି। ଭୂକମ୍ପ ଯୋଗୁଁ ଧନଜୀବନ ହାନିର କୌଣସି ରିପୋର୍ଟ ମିଳି ନାହିଁ। ସକାଳୁ ସକାଳୁ ଭୂକମ୍ପ ହେବାରୁ ଲୋକ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ। ଲୋକଙ୍କ ମଧ୍ୟରେ ଆତଙ୍କ ପ୍ରକାଶ ପାଇଥିଲା।

Related Articles

Back to top button