ଆଣ୍ଡାମାନ-ନିକୋବର ଦ୍ବୀପରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୪.୩

ପୋର୍ଟବ୍ଲେୟାର: ଆଣ୍ଡାମାନ ଏବଂ ନିକୋବର ଦ୍ବୀପ ସମୂହରେ ଗୁରୁବାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଆଣ୍ଡାମାନ ଏବଂ ନିକୋବର ଦ୍ବୀପର ପୋର୍ଟବ୍ଳେୟାରରୁ ୨୫୩ କିମି ଦକ୍ଷିଣ-ପୂର୍ବରେ ନଭେମ୍ବର ୧୦ ତାରିଖ ରାତି ୨:୨୯ ରେ ହୋଇଥିଲା। ଭୂମିକମ୍ପର ତୀବ୍ରତା ୪.୩ ରହିଥିଲା। ଭୂମିକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ।

ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀ-ଏନସିଆର ସହ ସମଗ୍ର ଉତ୍ତର ଭାରତରେ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଭୂମିକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଥିଲା। ଯାହାର ତୀବ୍ରତା ୬.୩ ଥିଲା। ଭୂମିକମ୍ପର କେନ୍ଦ୍ର ନେପାଳ ରହିଥିଲା। ନେପାଳରେ ଭୂମିକମ୍ପ କାରଣରୁ ୬ ଜଣଙ୍କ ମୃତ୍ୟୁ ହୋଇଛି।

Related Articles

Back to top button