ଭୂକମ୍ପରେ ଥରିଲା ଲେହ

ଲେହ: ଲେହର ଅଲଚୀ ଗାଁରେ ଶୁକ୍ରବାର ଭୋର ସମୟରେ ଭୂକମ୍ପର ଝଟକା ଅନୁଭବ ହୋଇଛି। ଭୋର ପ୍ରାୟ ୪ଟା ୧୯ରେ ଏହି ଭୂକମ୍ପ ଅନୁଭବ ହୋଇଛି। ଏନସିଏସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ,ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୪.୮ ରେକର୍ଡ କରାଯାଇଛି। ଏନସିଏସର ଟ୍ୱିଟ ଅନୁଯାୟୀ, ଲେହର ଅଲଚୀ ରୁ ୧୮୯ କିମି ଉତ୍ତରରେ ୪.୮ ତିବ୍ରତାର ଭୂକମ୍ପ ଅନୁଭବ ହୋଇଛି। ଏହାର କେନ୍ଦ୍ରସ୍ଥଳ ଭୂମିରୁ ୧୦ କିମି ଗଭୀର ବୋଲି ଜଣାପଡିଛି। ଏହାସହ ଏକ ସପ୍ତାହ ପୂର୍ବରୁ ଜମ୍ମୁ-କାଶ୍ମୀରର କଟ୍ରା ରୁ ୬୨ କିମି ପୂର୍ବ-ଉତ୍ତର-ପୂର୍ବରେ ଭୂକମ୍ପ ଅନୁଭବ ହୋଇଥିବା ବେଳେ ଏହାର ତିବ୍ରତା ୩.୫ ରେକର୍ଡ କରାଯାଇଥିଲା।

 

Related Articles

Back to top button