
ଉତ୍ତର ଭାରତରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୯
ନୂଆଦିଲ୍ଲୀ: ଭୂକମ୍ପ ଝଟକାରେ ଥରିଲା ଉତ୍ତର ଭାରତ ସମେତ ଦିଲ୍ଲୀ ଏନସିଆର । ଉତ୍ତର ଭାରତର ଅନେକ ଅଂଚଳରେ ଭୂକମ୍ପର ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି ୫.୮। ଭୂକମ୍ପର କେନ୍ଦ୍ରସ୍ଥଳୀ ଥିଲା ନେପାଳ । ପୂର୍ବରୁ ଅର୍ଥାତ ଗତ ୫ ତାରିଖରେ ବି ରାଜଧାନୀ ଦିଲ୍ଲୀ ସମେତ ସମ୍ପୂର୍ଣ୍ଣ ଏନସିଆରରେ ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ଥିଲା ୫.୯ ।