
ଭୂକମ୍ପରେ ଥରିଲା ଇନ୍ଦୋର, ରିକ୍ଟର ସ୍କେଲରେ ତୀବ୍ରତା ୩.୦
ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ରବିବାର ଅପରାହ୍ନରେ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୦ ଥିଲା। ଏହାର କେନ୍ଦ୍ର ଭୂମିଠାରୁ ୧୦ କିଲୋମିଟର ଗଭୀର ଥିଲା। ଧାର, ବାରୱାନି ଏବଂ ଆଲିରାଜପୁରରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା। ତେବେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ସୂଚନା ମିଳିପାରିନାହିଁ।