
ଉତ୍ତରାଖଣ୍ଡର ପିଥୋରାଗଡରେ ଭୂକମ୍ପର ଝଟକା ଅନୁଭୂତ
ଉତ୍ତରାଖଣ୍ଡର ପିଥୋରାଗଡରେ ଭୂକମ୍ପର ଝଟକା ଅନୁଭବ ହୋଇଛି। ସୋମବାର ସକାଳ ୯ଟା୧୧ରେ ପିଥୋରାଗଡର ଧରଚୁଲା ଏବଂ ବାଙ୍ଗାପାନି ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳରୁ ୫ କିଲୋମିଟର ଗଭୀରତାରେ ଥିବାବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୦ ରେକର୍ଡ କରାଯାଇଛି। ରାତି ୯ଟା୧୫ରେ ଧରଚୁଲାରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ଏଥିରେ ଭୟଭୀତ ହୋଇ ଲୋକମାନେ ଘରୁ ବାହାରକୁ ପଳାଇ ଆସିଥିଲେ। ବିପର୍ଯ୍ୟୟ ପରିଚାଳନା ବିଭାଗର ସୂଚନା ଅନୁଯାୟୀ, ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇନାହିଁ।