ଜମ୍ମୁ କଶ୍ମୀରରେ ଭୂକମ୍ପ

ଶ୍ରୀନଗର: ଜମ୍ମୁ କଶ୍ମୀରର କାଟ୍‌ରା ୯୭ କିଲୋମିଟର ପୂର୍ବରେ ଶୁକ୍ରବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୬ ରେକର୍ଡ କରାଯାଇଛି। ଏହି ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।
ପୂର୍ବ ଦିନରେ ଦେଶର ଉତ୍ତର-ପୂର୍ବ ରାଜ୍ୟରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ଗୁରୁବାର ମେଘାଳୟରେ ୩.୯ ତୀବ୍ରତାର ଏକ ଭୂକମ୍ପ ହୋଇଥିଲା। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜିର ଏକ ରିପୋର୍ଟ ଅନୁଯାୟୀ, ସକାଳ ପ୍ରାୟ ୯.୨୬ ସମୟରେ ଏହି ଭୂକମ୍ପ ଘଟିଥିଲା। ଏହି ଭୂକମ୍ପ ୪୬ କିଲୋମିଟର ଗଭୀରରେ ଥିଲା।

Related Articles

Back to top button