ଅର୍ପିତା ମୁଖାର୍ଜୀଙ୍କ ଘରୁ ଆଉ ୨୯ କୋଟି ଟଙ୍କା ସହ ୫ କିଲୋ ସୁନା ଜବତ

ନୂଆଦିଲ୍ଲୀ: ସିନେ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ଏବେ ବି ବାହାରୁଛି ପୁଳାପୁଳା ଟଙ୍କା । ଅର୍ପିତାଙ୍କ ଘରୁ ପୁଣି ୨୯ କୋଟି ଟଙ୍କା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜବତ କରିଥିବା ଜଣାପଡ଼ିଛି । ଖାଲି ୨୯ କୋଟି ଟଙ୍କା ନୁହେଁ ତାହାସହ ୫ କିଲୋ ସୁନା ଜବତ ହୋଇଥିବା ନେଇ ଇଡି ସୂଚନା ଦେଇଛି । ଏହି ସମସ୍ତ ଟଙ୍କା ଅର୍ପିତାଙ୍କ କୋଲକାତାର ବେଲଘରିଆ ସ୍ଥିତ ଘରୁ ଉଦ୍ଧାର କରାଯାଇଥିବା ବେଳେ ୧୦ଟି ଟ୍ରଙ୍କରେ ସମସ୍ତ ଟଙ୍କା ରଖାଯାଇଥିଲା । ଟଙ୍କାଗୁଡ଼ିକୁ ଗଣିବାକୁ ଇଡିକୁ ପ୍ରାୟ ୧୦ ଘଣ୍ଟା ଲଗିଯାଇଥିଲା । ପୂର୍ବରୁ ମଧ୍ୟ ଅର୍ପିତାଙ୍କ ଏକ ଫ୍ଲାଟରୁ ୨୧ କୋଟି ଟଙ୍କା ଜବତ କରାଯାଇଥିଲା । ଏଯାଏ ଅର୍ପିତାଙ୍କ ୨ଟି ସ୍ଥାନରେ ରେଡ୍‍ ହୋଇଥିବା ବେଳେ ମୋଟ୍‍ ୫୦ କୋଟି ଟଙ୍କା ଜବତ ହେଲାଣି । ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ହେଉଛନ୍ତି ଅର୍ପିତା ।

Related Articles

Back to top button