ଖାଇବା ତେଲ ଦର କମିଲା

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ମହଙ୍ଗା ମାଡରେ ନଇଁ ପଡ଼ିଥିବା ଗରିବ, ମଧ୍ୟବିତ୍ତଙ୍କ ପାଇଁ ଖୁସିର ଖବର । ଅକ୍ଟୋବର ମାସରେ ଦରଦାମ ସାମାନ୍ୟ ହ୍ରାସ ପାଇଥିବା ଜଣାଯାଇଛି । ଖୁଚୁରା ଦରବୃଦ୍ଧି ଏବେ ବି ୬.୭୭ ପ୍ରତିଶତ ରହିଛି ଯାହା କି ଆରବିଆଇ ଦ୍ୱାରା ନିର୍ଦ୍ଧାରିତ  ୬ ପ୍ରତିଶତ ଟାର୍ଗେଟରୁ ଅଧିକ ।

ଅନ୍ୟପକ୍ଷେ ଦିଲ୍ଲୀର ସବୁଠାରୁ ବଡ ହୋଲସେଲ ଡିଲରଙ୍କ କହିବା ଅନୁଯାୟୀ, ଖାଇବା ତେଲର ଦର ଗତ ୧୦ରୁ ୧୫ ଦିନ ମଧ୍ୟରେ ହ୍ରାସ ପାଇଛି ।
ଦିଲ୍ଲୀର ପ୍ରତିଷ୍ଠିତ ବ୍ୟବସାୟୀ ରବୀନ୍ଦ୍ର ଗୁଲାଟିଙ୍କ କହିବା ଅନୁଯାୟୀ, ଗତ ୧୦ରୁ ୧୫ ଦିନ ମଧ୍ୟରେ ସୋୟାବିନ ତେଲର ହୋଲସେଲ ଦର କିଲୋ ପିଛା ୫ ଟଙ୍କା ହ୍ରାସ ପାଇଛି । ସେହିପରି ପାମୋଲିନର ଦର ମଧ୍ୟ କିଲୋ ପିଛା ୫ ଟଙ୍କା କମିଛି । ତେବେ ସୋରିଷ ତେଲ ଦର ୨ରୁ ୩ ଟଙ୍କା କମିଥିବା ଜଣାଯାଇଛି ।

ଦିଲ୍ଲୀର ଅନ୍ୟ ବ୍ୟବସାୟୀଙ୍କ କହିବା ମୁତାବକ ଖାଇବା ତେଲର ମୂଲ୍ୟରେ ଯଦିଓ କିଛିଟା ସ୍ଥିରତା ଆସିଛି ତେବେ ଆନ୍ତର୍ଜାତିକ ସ୍ତରରେ ସ୍ଥିରତା ଆସିନାହିଁ । ତେଣୁ ମୂଲ୍ୟ ହ୍ରାସ କେତେଦିନ ଯାଏ ସ୍ଥିର ରହିବ ତାହା କହିବା ମୁସ୍କିଲ ।

Related Articles

Back to top button