ଅକ୍ଟୋବର ୧୭ରେ ହେବ କଂଗ୍ରେସ ସଭାପତି ନିର୍ବାଚନ

ଆସନ୍ତା ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏ ନେଇ ଆଜି କଂଗ୍ରେସ କାର୍ଯ୍ୟକାରିଣୀ କମିଟି ନିଷ୍ପତ୍ତି ନେଇଛି। ଅକ୍ଟୋବର ୧୯ରେ ଭୋଟ୍ ଗଣନା କରାଯିବ। ଏହି ନିର୍ବାଚନର ରୂପରେଖ ଆଜି ଚାଲିଥିବା ବୈଠକରେ ଚୂଡାନ୍ତ ହେବ ବୋଲି ଜଣାପଡିଛି। କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିର୍ବାଚନରେ ​​ଅନ୍ତିମ କାର୍ଯ୍ୟସୂଚୀ ଉପରେ ଆଲୋଚନା କରୁଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ ବୈଠକରେ ଭର୍ଚୁଆଲ୍ ଜରିଆରେ ଯୋଗ ଦେଇଛନ୍ତି।

Related Articles

Back to top button