୭ଟି ରାଜ୍ଯର ୧୩ଟି ବିଧାନସଭା ଆସନରେ ହୋଇଛି ଉପନିର୍ବାଚନ ।

ଆଜି ଦେଶର ୭ଟି ରାଜ୍ଯର ୧୩ଟି ବିଧାନସଭା ଆସନରେ ହୋଇଛି ଉପନିର୍ବାଚନ । ବିହାର, ପଶ୍ଚିମବଙ୍ଗ, ମଧ୍ଯପ୍ରଦେଶ, ତାମିଲନାଡ଼ୁ, ଉତ୍ତରାଖଣ୍ଡ, ପଞ୍ଜାବ ଏବଂ ହିମାଚଳପ୍ରଦେଶର ୧୩ଟି ସିଟରେ ହୋଇଛି ଭୋଟ ଗ୍ରହଣ । ବିହାରର ଗୋଟିଏ, ବଙ୍ଗର ୪ଟି, ତାମିଲନାଡୁର ଗୋଟିଏ, ମଧ୍ୟପ୍ରଦେଶର ଗୋଟିଏ, ଉତ୍ତରପ୍ରଦେଶର ଦୁଇଟି, ପଞ୍ଜାବର ଗୋଟିଏ ଏବଂ ହିମାଚଳର ୩ଟି ଆସନରେ ଅନୁଷ୍ଠିତ ହୋଇଛି ଉପନିର୍ବାଚନ । ଲୋକସଭା ନିର୍ବାଚନରେ ବିଜୟୀ ଓ କିଛି ବିଧାୟକଙ୍କ ମୃତ୍ଯୁ ପରେ ଅନୁଷ୍ଠିତ ହୋଇଛି ଉପନିର୍ବାଚନ । ଆସନ୍ତା ୧୩ ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ ।

Related Articles

Back to top button