
ପାଟନାରେ ଜରୁରୀ ଅବତରଣ କଲା ବାଂଲାଦେଶରୁ ନେପାଳ ଯାଉଥିବା ବିମାନ
ପାଟନା: ପାଟନା ବିମାନବନ୍ଦରରେ ଆଜି ଏକ ବିମାନ ଜରୁରୀ ଅବତରଣ କରିଛି। ମିଳିଥିବା ସୂଚନା ମୁତାବକ ବାଂଲାଦେଶର ଏହି ବିମାନଟି ଆଜି ଜରୁରୀ ଅବତରଣ କରିଥିଲା। ବିମାନବନ୍ଦର ପକ୍ଷରୁ ମିଳିଥିବା ସୂଚନା ମୁତାବକ ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ବିମାନଟି ଜରୁରୀ ଅବତରଣ କରିଛି। ବାଂଲାଦେଶର ଏହି ବିମାନଟି ବାଂଲାଦେଶରୁ ନେପାଳର କାଠମାଣ୍ଡୁକୁ ଯାଉଥିଲା, କିନ୍ତୁ ଜଣେ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ହଠାତ ବିଗିଡ଼ିଯିବାରୁ ବିମାନକୁ ପାଟନାରେ ଜରୁରୀ ଅବତରଣ କରିବାକୁ ପଡିଥିଲା । ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ ଜଣେ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ହଠାତ ବିଗିଡ଼ିଯିବାରୁ ବିମାନର ପାଇଲଟ ଜରୁରୀ ଅବତରଣ କରିବାକୁ ଅନୁମତି ମାଗିଥିଲେ।
ବିମାନଟି ସେତେବେଳେ ପାଟନା ଆକାଶରେ ଥିବାବେଳେ ପାଟନା ବିମାନବଦରର ଏଟିସି ବିମାନ ଅବତରଣ ପାଇଁ ଅନୁମତି ଦେଇଥିଲେ। ଏହା ପରେ ବିମାନକୁ ଅବତରଣ କରାଯାଇଥିଲା। ବିମାନଟି ପାଟନା ବିମାନବଦରରେ ଓହ୍ଲାଇବା ପରେ ତୁରନ୍ତ ଅସୁସ୍ଥ ଯାତ୍ରୀଙ୍କୁ ବାହାର କରାଯାଇ ମେଡିକାଲକୁ ପଠାଯାଇଥିଲା। ଚିକିତ୍ସା ପରେ ଯାତ୍ରୀଙ୍କ ଅବସ୍ଥା ସ୍ଥିର ଥିବାର ଜଣାପଡିଥିବାବେଳେ ଅନ୍ୟ ଯାତ୍ରୀମାନଙ୍କୁ ଓହ୍ଲାଇଯାଇନଥିଲା, ବର୍ତ୍ତମାନ ବିମାନଟି ପାଟନା ବିମାନବନ୍ଦରରେ ଥିବାବେଳେ ଏବେ ଏହାର ଯାଞ୍ଚ କରାଯାଇଛି।