କଠୁଆରେ ଆତଙ୍କବାଦୀ ଓ ସୁରକ୍ଷା ବଳ ମଧ୍ୟରେ ଏନକାଉଣ୍ଟର : ଜଣେ ଆତଙ୍କବାଦୀ ନିପାତ

ଜମ୍ମୁ-କାଶ୍ମୀରର କଠୁଆରେ ଆତଙ୍କବାଦୀ ଓ ସୁରକ୍ଷା ବଳ ମଧ୍ୟରେ ଏନକାଉଣ୍ଟରରେ ଆଉ ଜଣେ ଆତଙ୍କବାଦୀ ନିପାତ ହୋଇଛି । ଏଠାରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । କଠୁଆ ଜିଲ୍ଲାର ଏକ ଗାଁରେ ଆତଙ୍କବଦୀ ଆକ୍ରମଣ ପରେ ସୁରକ୍ଷାବଳ ଅପରେସନ୍ ଆରମ୍ଭ କରିଥିଲେ । ଏଥିରେ ସିଆରପିଏଫର ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି । ତେବେ କଠୁଆରେ ନିପାତ ଦ୍ୱିତୀୟ ଆତଙ୍କବାଦୀର ବ୍ୟାଗରୁ ମିଳିଛି ପାକିସ୍ତାନୀ ଚକଲେଟ୍, ଚଣା, ରୁଟି, ପାକିସ୍ତାନରେ ପ୍ରସ୍ତୁତ ମେଡିସିନ୍, ହ୍ୟାଣ୍ଡ ସେଟ୍ ଆଣ୍ଟିନା ଓ ଏକାଧିକ ରାଉଣ୍ଡ ଗୁଳି ସହ ୧ ଲକ୍ଷ ଟଙ୍କାର କ୍ୟାସ୍ ।

Related Articles

Back to top button