ବେଦ ଏବଂ ପୁରାଣରେ ସିଦ୍ଧହସ୍ତ ଛାତ୍ରଛାତ୍ରୀମାନଙ୍କୁ କ୍ରେଡିଟ ପ୍ରଦାନ କରାଯିବ

ନୂଆଦିଲ୍ଲୀ:  ଏନସିଆରଏଫ(ରାଷ୍ଟ୍ରୀୟ କ୍ରେଡିଟ ଫ୍ରେମୱାର୍କ) କୁ ନେଇ ଏକ ନୂଆ ରିପୋର୍ଟ ଜାରି କରିଛି ୟୁଜିସି । ଏନସିଆରଏଫ ଉପରେ ବୈଦିକ ଶିକ୍ଷାକୁ ଆଧୁନିକ ଶିକ୍ଷା ସହ ଯୋଡିବା ପାଇଁ ବ୍ୟବସ୍ଥା କରାଯାଇଛି । ତେବେ ଏଥିରେ କୁହାଯାଇଛି ଯେ, ବେଦ ଏବଂ ପୁରାଣରେ ସିଦ୍ଧହସ୍ତ ଛାତ୍ରଛାତ୍ରୀମାନଙ୍କୁ କ୍ରେଡିଟ ପ୍ରଦାନ କରାଯିବ ।

ତେବେ ଏହି ପ୍ରସ୍ତାବରେ ପଞ୍ଚମ ଶ୍ରେଣୀଠାରୁ ଆରମ୍ଭ କରି ପିଏଚ୍.ଡି କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ କ୍ରେଡିଟ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । କିନ୍ତୁ କ୍ରେଡିଟ କିପରି ଦିଆଯିବ ସେ ନେଇ କୌଣସି ମାପଦଣ୍ଡ ବିଷୟରେ କିଛି ସୂଚନା ଦିଆଯାଇନାହିଁ । ତେବେ ଛାତ୍ରଛାତ୍ରୀ କେତେ ଘଣ୍ଟା ପାଠ ପଢୁଛନ୍ତି, ଏହି ସମୟ ଅନୁସାରେ କ୍ରେଡିଟ ଦିଆଯିବ । ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ କ୍ରେଡିଟ ପାଇଁ ଜଣେ ଛାତ୍ର/ଛାତ୍ରୀଙ୍କୁ ମୋଟ ୩୦ ଘଣ୍ଟା ପଢିବାକୁ ହେବ । ପ୍ରତ୍ୟେକ ବିଷୟର ଶେଷରେ ଗେଡ ପଏଣ୍ଟ ହିସାବରେ ଶିକ୍ଷାର୍ଥୀଙ୍କୁ କେଡ୍ରିଟ ଦିଆଯିବା ବେଳେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ । ଏନସିଆରଏଫରେ ଶିଖିବାର ସମୟକୁ ଆଧାର କରି କ୍ରେଡିଟର ମାପଦଣ୍ଡକୁ ପ୍ରସ୍ତୁତ କରାଯାଉଛି ।

ଉଦାହରଣ ସ୍ୱରୂପ, ପଞ୍ଚମ ଶ୍ରେଣୀ ତଥା ପ୍ରାଇମେରୀ ସ୍କୁଲ ଛାତ୍ରଛାତ୍ରୀଙ୍କ କ୍ରେଡିଟ ୧ରେ ରଖାଯାଇଥିବା ବେଳେ କ୍ରେଡିଟ-୨ରେ ରହିଛନ୍ତି ଅଷ୍ଟମ କିମ୍ବା ଉଚ୍ଚ ପ୍ରାଥମିକ ସ୍କୁଲର ବିଦ୍ୟାର୍ଥୀ । ସେକେଣ୍ଡାରୀରୁ ଅଧିକ ପାଠପଢାରେ କ୍ରେଡିଟ ସିଷ୍ଟମରେ ୦.୫ବୃଦ୍ଧି ହେବା ସହିତ ଦଶଢ଼ ଏବଂ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କୁ କ୍ରେଡିଟ-୪ ଅଧୀନରେ ରଖାଯାଇଛି । ତେବେ ୪ ବର୍ଷର ଗ୍ରାଜୁଏସନ କିମ୍ବା ମଲ୍ଟିପଲ ଅଧାରିତ ଏକ୍ସିଟ ସିଷ୍ଟମରେ ୪.୫,୫,୫.୫ ଏବଂ ୬ କ୍ରେଡିଟ ସାମିଲ ରହିବ । ଏହାବ୍ୟତୀତ ପିଜି ପାଇଁ ୬.୫ ଏବଂ ୭ କ୍ରେଡିଟ ଯୋଡି ହେବ ଏବଂ ସବୁଠାରୁ ଅଧିକ କ୍ରେଡିଟ (୮) ରହିବ ପିଏଚ.ଡିରେ ।

ଏନସିଆରଏଫରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସେମିଷ୍ଟାର ଅନୁସାରେ ପରୀକ୍ଷା କରିବା ପାଇଁ ପରାମର୍ଶ ଦିଆଯାଇଛି । ଦଶମ ଶ୍ରେଣୀରେ ଏଣିକି ୮ଟି ବିଷୟରେ ପାସ୍ କରିବା ଅନିର୍ବାର୍ଯ୍ୟ ହୋଇପାରେ । ଡ୍ରାଫ୍ଟକୁ ମଞ୍ଜୁରୀ ମିଳିବା ପରେ ନୂଆ ଶିକ୍ଷାବର୍ଷରେ ଏହି ଯୋଜନାକୁ ଲାଗୁ କରାଯିବ ।

Related Articles

Back to top button