ବଢ଼ିଲା ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସୁରକ୍ଷା ।

ବଢ଼ିଲା ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସୁରକ୍ଷା । ଏଣିକି ବୈଦେଶିକଙ୍କୁ ୱାଇ ବଦଳରେ ଜେଡ୍ ଶ୍ରେଣୀର ସୁରକ୍ଷା ଦିଆଯିବ । ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଆଇବି ଗୁଇନ୍ଦା ରିପୋର୍ଟ ଅନୁସାରେ, ଜୟଶଙ୍କରଙ୍କ ପ୍ରତି ବିପଦ ଥିବାରୁ ତାଙ୍କର ସୁରକ୍ଷାକୁ ବଢ଼ାଇ ଦିଆଯାଇଛି । ଏହା ପୂର୍ବରୁ ବୈଦେଶିକ ମନ୍ତ୍ରୀଙ୍କୁ ଦିଲ୍ଲୀ ପୋଲିସର କମାଣ୍ଡୋ ଦ୍ୱାରା ‘Y’ ଶ୍ରେଣୀ ସୁରକ୍ଷା ଯୋଗାଇ ଦିଆଯାଉଥିଲା । ନିକଟରେ ଗୃହ ମନ୍ତ୍ରାଳୟର ହୋଇଥିବା ଏକ ବୈଠକରେ ଜୟଶଙ୍କରଙ୍କ ଜୀବନ ପ୍ରତି ଥିବା ସମ୍ଭାବ୍ୟ ବିପଦ ପ୍ରସଙ୍ଗ ଉଠିଥିଲା । ବର୍ତ୍ତମାନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ସିଆରପିଏଫ୍ ସୁରକ୍ଷା ଯୋଗାଇ ଦିଆଯିବ ଏବଂ ସେ ଯୁଆଡେ ଯିବେ ତାଙ୍କ ସହ ୨୪ ଘଣ୍ଟା ୧୪ରୁ ୧୫ ଜଣ ସଶସ୍ତ୍ର କମାଣ୍ଡୋ ରହିବେ ।

ସୂଚନା ରହିଛି ଯେ ବର୍ତ୍ତମାନ ସିଆରପିଏଫର ଭିଆଇପି ସୁରକ୍ଷା ବ୍ୟବସ୍ଥାରେ ୧୭୬ ଜଣ ଯବାନ ଅଛନ୍ତି, ଯେଉଁଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଏବଂ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସାମିଲ ରହିଛନ୍ତି ।

Related Articles

Back to top button