
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଡ୍ରାଇଭର ଗୁପ୍ତ ତଥ୍ୟ ପାକିସ୍ତାନକୁ ଯୋଗାଉଥିବା ଅଭିଯୋଗରେ ଗିରଫ
ନୂଆଦିଲ୍ଲୀ: ଭାରତର ସୁରକ୍ଷା ଏଜେନ୍ସି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିବା ଜଣେ ଡ୍ରାଇଭରକୁ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ଗିରଫ କରିଛନ୍ତି । ପାକିସ୍ତାନର ଆଇଏସଆଇ ତାଙ୍କୁ ପ୍ରଥମେ ହନୀ ଟ୍ରାପରେ ଫସାଇଥିଲା। ଏହା ପରେ ଗୁପ୍ତ ତଥ୍ୟ ଯୋଗାଇବାକୁ ବାଧ୍ୟ କରାଇଥିଲା। ଏବେ ସୁରକ୍ଷା ଏଜେନ୍ସି ଏହି ଡ୍ରାଇଭରଙ୍କ ସହ ଅନ୍ୟ କିଏ ଜଡିତ ଅଛି ତାହା ଜାଣିବା ପାଇଁ ତଦନ୍ତ ଜୋର କରିଛି। ପୂର୍ବରୁ ଆଇଏସଆଇ ହନୀ ଟ୍ରାପରେ ବଡ ବଡ ଅଫିସରକୁ ଫସଉଥିଲା। ଏବେ ଡ୍ରାଇଭର ପରି କର୍ମଚାରୀଙ୍କୁ ଟାର୍ଗେଟ କରିଥିବାରୁ ସୁରକ୍ଷା ଏଜେନ୍ସି ଚିନ୍ତା ବ୍ୟକ୍ତ କରିଛି।
ଅଭିଯୁକ୍ତଙ୍କ ନିକଟରୁ କିଛି ଭିଡିଓ ଏବଂ ଫଟୋ ମିଳିଛି। ବୈଦେଶିକ ମନ୍ତ୍ରଣାଳୟର ବିବୃତିକୁ ଅପେକ୍ଷା କରାଯାଇଛି। ଡ୍ରାଇଭର ଜଣଙ୍କ ପାକିସ୍ତାନର ଜଣେ ମହିଳାଙ୍କୁ ଏହି ତଥ୍ୟ ପଠାଉଥିବା ସନ୍ଦେହ କରାଯାଉଛି। ବାରମ୍ବାର ଏ ଭଳି ଘଟଣା ସମ୍ମୁଖକୁ ଆସୁଥିବାରୁ ସୁରକ୍ଷା ଏଜେନ୍ସିକୁ ସତର୍କ ରହିବା ପାଇଁ କୁହାଯାଇଛି।