ଗୁଗଲ ସର୍ଚ୍ଚ କରି ନକଲି କଷ୍ଟମର କେୟାରରେ ଫୋନ କରନ୍ତୁ ନାହିଁ

ନୂଆଦିଲ୍ଲୀ: ନକଲି କଷ୍ଟମର କେୟାର ନମ୍ବରରେ ଠକେଇ ମାମଲା ଦିନକୁ ଦିନ ବଢିବାରେ ଲାଗିଛି। ଏବେ କେନ୍ଦ୍ର ସରକାର ଏହା ଉପରେ ଲଗାମ ଲଗାଇବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଅନେକ କ୍ଷେତ୍ରରେ କଷ୍ଟମର ସେମାନଙ୍କ ଅଭିଯୋଗ ଲାଗି କଷ୍ଟମର କେୟାରକୁ ଫୋନ କରନ୍ତି  ହେଲେ ନକଲି ନମ୍ବର ସେମାନଙ୍କୁ ଚୁନ ଲଗେଇଥାନ୍ତି। ଏହା କେବଳ ନକଲି ନମ୍ବର ଯୋଗୁ ହେଉଛି। ଏପରି ନକଲି ନମ୍ବର ସବୁ ଗୁଗଲରେ ମହଜୁଦ ରହୁଛି, ଯେଉଁଗୁଡିକ ନିଜକୁ କୌଣସି ବ୍ୟାଙ୍କ, କମ୍ପାନୀ ଅଥବା ମୋବାଇଲ କମ୍ପାନୀର କଷ୍ଟମର କେୟାର ବୋଲି ଦାବି କରୁଛନ୍ତି।

ଏପରି ନକଲି ନମ୍ବରରେ କଲ କଲେ ଆପଣ ପକେଟମାରର ଶିକାର ହୋଇପାରନ୍ତି। ଏବେ ଏପରି ତମାମ ନମ୍ବର ଉପରେ ଅଙ୍କୁଶ ଲଗାଇବା ପାଇଁ କେନ୍ଦ୍ର ସରକାର ଅଣ୍ଟାଭିଡିଛନ୍ତି। ଏଥିଲାଗି କେନ୍ଦ୍ର ସରକାର ସବୁ କମ୍ପାନୀ ଓ ଆପସ୍‌ଙ୍କୁ ନିଜର ବାସ୍ତବିକ କଷ୍ଟମର କେୟାର ନମ୍ବରକୁ ପ୍ଲାଟଫର୍ମରେ ରଖିବାକୁ କହିଛନ୍ତି। ଏହା ବାଦେ ସବୁ ନମ୍ବର ପ୍ଲାଟଫର୍ମରୁ ହଟାଇବାକୁ କହିଛନ୍ତି।

କେନ୍ଦ୍ର ସରକାରଙ୍କ ଏହି ଉଦ୍ୟମ ଯୋଗୁ ସଠିକ କଷ୍ଟମର କେୟାର ନମ୍ବର ଏବେ ଚିହ୍ନି ହୋଇଯିବ। ଏଥିଲାଗି କେନ୍ଦ୍ର ସରକାର ସବୁ ଆପ୍ ଓ ଇଣ୍ଡଷ୍ଟ୍ରିଙ୍କ ସହ ଆଲୋଚନା କରିବେ। ଆଗାମୀ ଟେଲିକମ ବିଲ୍‌ ରେ ମଧ୍ୟ ଏଥିଲାଗି ପ୍ରୋଭିଜନ ରହିବ। ଏଣୁ ଆପଣ ଗୁଗଲ ସର୍ଚ୍ଚ କରି କାହାର କଷ୍ଟମର କେୟାରରେ ଫୋନ କରନ୍ତୁ ନାହିଁ। କେବଳ ସେହି ସଂସ୍ଥାଙ୍କ ନମ୍ବରରେ କଲ କରନ୍ତୁ ଯାହାଙ୍କ ୱେବସାଇଟ୍‌ ଓ ଆପରେ ସେମାନଙ୍କ ନମ୍ବର ରହିଛି।

Related Articles

Back to top button