ଶମ୍ଭୁ ବର୍ଡର ପାଖରେ ପୁଲିସ ବ୍ୟାରିକେଡ୍ ଭାଙ୍ଗିବାକୁ ଉଦ୍ୟମ କରିଛନ୍ତି ବିକ୍ଷୋଭ ପ୍ରଦର୍ଶନକାରୀ ।
ନୂଆଦିଲ୍ଲୀ ଅଭିମୁଖେ ଅଗ୍ରସର ହେଉଥିବା ଚାଷୀ ଆନ୍ଦୋଳନକୁ ପଞ୍ଜାବ-ହରିୟାଣା ବର୍ଡରରେ ଅଟକାଇଛି ପୁଲିସ । ଶୁକ୍ରବାର ଆନ୍ଦୋଳନକାରୀ ଏବଂ ପୁଲିସ ମଧ୍ୟରେ ଖଣ୍ଡ ଯୁଦ୍ଧ ହୋଇଛି । ଶମ୍ଭୁ ବର୍ଡର ପାଖରେ ପୁଲିସ ବ୍ୟାରିକେଡ୍ ଭାଙ୍ଗିବାକୁ ଉଦ୍ୟମ କରିଛନ୍ତି ବିକ୍ଷୋଭ ପ୍ରଦର୍ଶନକାରୀ । ଫଳରେ ବାଧ୍ୟ ପ୍ରତିକାରତ୍ମକଭାବେ ଲୁହା ବୁହା ଗ୍ୟାସ୍ ପ୍ରୟୋଗ କରିଛି । ଫଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି ।
୧୨ ଦଫା ଦାବିରେ ଚାଷୀ ମାନେ ଦିଲ୍ଲୀ ଚଲୋ ଡାକରା ଦେଇଛନ୍ତି । ଏମଏସପି ବୃଦ୍ଧି, କ୍ଷତିପୂରଣ, ବିଜୁଳି ବିଲ୍ ହ୍ରାସ, ଚାଷୀ ଭତ୍ତା, ଋଣ ଛାଡ଼ ଏବଂ ସ୍ୱାମୀନାଥନ୍ କମିଶନ ରିପୋର୍ଟର ପରାମର୍ଶ କାର୍ଯ୍ୟକାରୀ କରିବା ଆଦି ଦାବିରେ ସଂସଦ ଅଭିମୁଖେ ଅଗ୍ରସର ହେଉଛନ୍ତି ଶତାଧିକ ଚାଷୀ । ଆଜି ଶମ୍ଭୁ ସୀମା ନିକଟରେ ପୁଲିସ ଦ୍ୱାରା ଦିଆଯାଇଥିବା ତ୍ରିସ୍ତରୀୟ ବ୍ୟାରିକେଡକୁ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ଗୋଟିଏ ସ୍ତରକୁ ସମ୍ପୂର୍ଣ୍ଣ ହଟାଇଦେଇଥିଲେ । ଏହା ପରେ ପୁଲିସ ସେମାନଙ୍କୁ ଅଟକାଇବାକୁ ଯାଇ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲା । ଫଳରେ ଆନ୍ଦୋଳନକାରୀମାନେ ଛତ୍ରଭଙ୍ଗ ଦେଇଥିଲେ । ପୁଲିସ ଜଣଙ୍କୁ ଅଟକ ମଧ୍ୟ ରଖିଛି । ଅନ୍ୟପକ୍ଷରେ କୃଷକଙ୍କ ଆନ୍ଦୋଳନ ଯୋଗୁଁ ହରିୟାଣାର ଅମ୍ବାଲାର ଉଭୟ ସରକାରୀ ଓ ବେସରକାରୀ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି । ଏହା ସହିତ ଅମ୍ବାଲାରେ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ ରଖାଯାଇଛି ।