ପିଏମ୍ କୁସୁମ ଯୋଜନା: ସୌର ପମ୍ପ ସ୍ଥାପନ କରିବା ପାଇଁ ଚାଷୀଙ୍କୁ ମିଳିବ ୯୦% ସବସିଡି
ନୂଆଦିଲ୍ଲୀ: କୃଷି କ୍ଷେତ୍ରକୁ ପ୍ରାଧାନ୍ୟ ଦେବା ପାଇଁ ଏବଂ କୃଷକଙ୍କୁ ଆହୁରି ଶକ୍ତିଶାଳୀ କରିବା ପାଇଁ ସରକାର ଏକ ନୂଆ ଯୋଜନା ଆଣିଛନ୍ତି କେନ୍ଦ୍ର ସରକାର । ତେବେ ଏହାଦ୍ୱାରା କୃଷଖ ୯୦% ପର୍ଯ୍ୟନ୍ତ ସବସିଡି ପାଇପାରିବେ । ଦେଶର କୋଟି କୋଟି କୃଷକ ଏହି ଯୋଜନାରେ ଉପକୃତ ହୋଇପାରିବେ ବୋଲି କୁହାଯାଉଛି । କେନ୍ଦ୍ର ସରକାରଙ୍କର ଏହି ଯୋଜନା ହେଉଛି ପିଏମ୍ କୁସୁମ ଯୋଜନା । ଯେଉଁ ଯୋଜନା ମାଧ୍ୟମରେ କୃଷକମାନଙ୍କୁ ସୌର ପମ୍ପ ସ୍ଥାପନ କରିବା ପାଇଁ ସୁବିଧା ଯୋଗାଇ ଦିଆଯିବ ।
ପିଏମ୍ କୁସୁମ ଯୋଜନା ଦ୍ୱାରା କୃଷକମାନେ ସୌରଶକ୍ତି ବ୍ୟବହାର କରି ସ୍ୱଳ୍ପ ମୂଲ୍ୟରେ ଭଲ ଫସଲ ଅମଳ କରିପାରିବେ । କୃଷକମାନଙ୍କୁ ନିଜ ଜମିରେ ସୌର ପ୍ୟାନେଲ ସ୍ଥାପନ କରିବା ପାଇଁ ଏହି ଯୋଜନା ଖୁବ ସହାୟକ ହେବ । ଏହି ଯୋଜନା ମାଧ୍ୟମରେ ଚାଷୀଙ୍କୁ ୯୦ ପ୍ରତିଶତ ସବସିଡି ସୋଲାର ପମ୍ପ ଯୋଜନା ସବସିଡି ଭାବେ ପ୍ରଦାନ କରାଯିବ । ତେବେ ଦେଶର କୋଟି କୋଟି କୃଷକ ଏହି ଯୋଜନା ମାଧ୍ୟମରେ ଉପକୃତ ହୋଇପାରିବେ । କ୍ଷେତରେ ପାଣି ଦେବା ପାଇଁ ବିଦ୍ୟୁତ କିମ୍ବା ଟ୍ୟୁବୱେଲ ବ୍ୟବହାର କରିଥାନ୍ତି । ତେବେ ଏଥିରେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ କୁସୁମ ଯୋଜନା ଅଧୀନରେ ସୌର ପ୍ୟାନେଲର ସୁବିଧା ଦେବେ କେନ୍ଦ୍ର ସରକାର ।
୨୦୧୯ ମସିହାରେ ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ ଏଥିରେ ୯୦% ସବସିଡି ପ୍ରଦାନ କରାଯାଏ । ଏହା ମଧ୍ୟରୁ କେନ୍ଦ୍ର ସରକାରଙ୍କ ତରଫରୁ ୩୦%, ରାଜ୍ୟ ସରକାରଙ୍କ ତରଫରୁ ୩୦% ଏବଂ ଅନ୍ୟ ଆର୍ଥିକ ସଂସ୍ଥା ପକ୍ଷରୁ ୩୦% ସବସିଡି ମିଳିଥାଏ । ଅର୍ଥାତ୍ ମାତ୍ର ୧୦% ଖର୍ଚ୍ଚ ଦେଇଥାନ୍ତି ଜଣେ କୃଷକ ।