ଡ୍ରୋନ୍ କିଣିବାକୁ କୃଷକଙ୍କୁ ମିଳିବ ୪ ଲକ୍ଷର ଅନୁଦାନ

ନୂଆଦିଲ୍ଲୀ: ଦେଶର କୃଷକଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । କୃଷକଙ୍କୁ ସହାୟତା ପ୍ରଦାନ ନେଇ କେନ୍ଦ୍ର ସରକାର ହାତ ବଢ଼ାଇଛନ୍ତି । କୃଷକଙ୍କୁ ଡ୍ରୋନ୍ କିଣିବା ପାଇଁ କେନ୍ଦ୍ର ସରକାର ୪ ଲକ୍ଷ ଟଙ୍କାର ସବସିଡି ପ୍ରଦାନ କରିବେ । ନୂଆ ନୂଆ ଟେକନିକ ମାଧ୍ୟମରେ କୃଷକଙ୍କ କ୍ଷେତ କାର୍ଯ୍ୟକୁ ଆଗେଇ ନେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଦେଶରେ ବହୁ ସଂଖ୍ୟାରେ ଲଘୁ ଓ ସୀମାନ୍ତ କୃଷକ ରହିଛନ୍ତି । ସେମାନେ କୃଷି ଯନ୍ତ୍ରପାତି ସହଜରେ କିଣିପାରି ନଥାନ୍ତି । ସେମାନେ ଏବେ କେନ୍ଦ୍ର ସରକାରଙ୍କ ନୂଆ ଯୋଜନାରେ ଉପକୃତ ହୋଇ ପାରିବେ । କୃଷି କ୍ଷେତ୍ରରେ ନୂଆ ନୂଆ ଜ୍ଞାନ କୌଶଳ ପ୍ରୟୋଗ କରି ଚାଷ କାର୍ଯ୍ୟକୁ ସହଜ କରାଯିବ । କୃଷି କ୍ଷେତ୍ରରେ ଡ୍ରୋନର ଉପଯୋଗ ନେଇ ପ୍ରଧାନ୍ୟ ଦିଆଯାଉଛି । କୃଷକମାନେ ଡ୍ରୋନ୍ କିଣିବା ପାଇଁ ସର୍ବାଧିକ ୪ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଉଛି । ଏହାଦ୍ୱାରା ଲଘୁ ଓ ସୀମାନ୍ତ କୃଷକମାନେ କ୍ଷେତରେ ଡ୍ରୋନ ଉପଯୋଗ କରାଇବାରେ ସକ୍ଷମ ହୋଇପାରିବେ ।

Related Articles

Back to top button