୩୦ ମିନିଟରେ ଫୁଲ୍ ଚାର୍ଜ ହେବ ଇ-କାର୍ : କୋଚିରେ ଲାଗିଲା ଦେଶର ସବୁଠୁ ଫାଷ୍ଟ ଚାର୍ଜର୍

ନୂଆଦିଲ୍ଲୀ:  କୋରିଆନ କାର୍ ନିର୍ମାତା କିଆ ନିଜର ସବୁଠୁ ଶକ୍ତିଶାଳୀ ଓ ଦ୍ରୁତ ଇଭି ଚାର୍ଜର ଲଞ୍ଚ୍ କରିଛି । କାର୍ ନିର୍ମାତା କେରଳର କୋଚିରେ ଇଲେକ୍ଟ୍ରିକ୍ କାର୍ ପାଇଁ ୨୪୦ କିଲୋଓ୍ୱାଟ୍ ଡିସି ଫାଷ୍ଟ ଚାର୍ଜର ଲଗାଇଛି । ଏହି ଡିସି ଫାଷ୍ଟ୍ ଚାର୍ଜର ମାଧ୍ୟମରେ କିଆ ସାରା ଦେଶରେ ଫାଷ୍ଟ ଚାର୍ଜିଂ ନେଟଓ୍ୱର୍କ ବିସ୍ତାର କରିବା ନେଇ ସନ୍ଦେଶ ଦେଇଛି ।

କିଆ ଭାରତରେ ନିଜର ପ୍ରଥମ ଇଲେକ୍ଟ୍ରିକ୍ କାର୍ ଇଭି୬କୁ ଚଳିତ ବର୍ଷ ଜୁନରେ ଲଞ୍ଚ୍ କରିଥିଲା । କାରଣ ଦେଶରେ ଲଗାତର ଭାବେ ଇଲେକ୍ଟ୍ରିକ୍ କାର୍‌ର ଚାହିଦା ବଢିବାରେ ଲାଗିଛି । ଗତ କିଛି ମାସ ହେଲା ଇଭି-କାର୍ ବିକ୍ରି ବୃଦ୍ଧି ପାଇଛି । ଆଗାମୀ ଦିନରେ କମ୍ପାନୀ ଭାରତୀୟ ବଜାରରେ ଆହୁରି ଅଧିକରୁ ଅଧିକ ଇଲେକ୍ଟ୍ରିକ୍ କାର୍ ଲଞ୍ଚ୍ କରିବା ପାଇଁ ଯୋଜନା କରୁଛି ।

କୌଣସି କମ୍ପାନୀର କାର୍ ହୋଇପାରିବ ଚାର୍ଜ

କୋଚିରେ ଲଗାଥିବା ଡିସି ଫାଷ୍ଟ ଚାର୍ଜିର କେବଳ କିଆ ଗ୍ରାହକଙ୍କ ପାଇଁ ନୁହେଁ । କିଆ ଇଣ୍ଡିଆ ସହର ତଥା ଆଖପାଖରେ ଥିବା ସମସ୍ତ ଇଭି ମାଲିକଙ୍କ ପାଇଁ ଏହି ସୁବିଧା ଆରମ୍ଭ କରିଛି । ଏଥିରେ ଯେକେହି ନିଜର କାର୍ ଚାର୍ଜ କରିପାରିବେ । ୨୦୨୨ ଜୁଲାଇରେ ମଧ୍ୟ ଇଲେକ୍ଟ୍ରିକ୍ କାର୍ ପାଇଁ ସବୁଠୁ ଦ୍ରୁତ ଚାର୍ଜିଂ ଷ୍ଟେସନ ଲଗାଇଥିଲା କମ୍ପାନୀ ।

୩୦ ମିନିଟରେ ଚାର୍ଜ ହୋଇପାରିବ କାର୍

ଏହି ଚାର୍ଜର ଇଭି-୬ ହ୍ୟୁଣ୍ଡାଇ ଓ କିଆ ମିଳିତ ଭାବେ ବିକଶିତ କରିଛନ୍ତି । କିଆ ଦାବି କରିଛି ଯେ, ଇଭି-୬ ଥରଟିଏ ଚାର୍ଜ ହେଲେ ୫୨୮ କିମି ଯାଏଁ ଯାଇପାରିବ । ୩୫୦ କିଲୋଓ୍ୱାଟ୍ ଫାଷ୍ଟ ଚାର୍ଜର ଉପଯୋଗ କରି ଇଭି-୬କୁ ୧୮ ମିନିଟ ମଧ୍ୟରେ ୮୦ ପ୍ରତିଶତ ଯାଏଁ ଚାର୍ଜ କରାଯାଇପାରିବ । ୨୪୦ କିଲୋଓ୍ୱାଟ୍ ଚାର୍ଜରରେ ଚାର୍ଜ କରିବା ପାଇଁ ୩୦ ମିନିଟରୁ ଅଧିକ ସମୟ ଲାଗିବ ନାହିଁ ।

Related Articles

Back to top button