ହାଥରସରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧୨ ମୃତ

ଉତ୍ତରପ୍ରଦେଶର ହାଥରସରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍ ଏବଂ ମ୍ୟାକ୍ସ ମଧ୍ୟରେ ଭୟଙ୍କର ଧକ୍କା ହୋଇଛି । ଏହି ଭୟାନକ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି। କୁହାଯାଉଛି ଯେ ତ୍ରୟୋଦଶ ଭୋଜି ଖାଇ ଫେରୁଥିବା ମ୍ୟାକ୍ସ ଲୋଡର ଆରୋହୀଙ୍କୁ ଏକ ରୋଡୱେଜ୍ ବସ୍ ଧକ୍କା ଦେଇଥିଲା ।ଚାନ୍ଦପା ଥାନା ଅନ୍ତର୍ଗତ ଆଗ୍ରା-ଆଲିଗଡ଼ ବାଇପାସ୍ ର ମିତାଇ ଗ୍ରାମରେ ଏହି ଦୁର୍ଘଟଣା ଘଟିଛି ।  ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚିଥିଲେ ।ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ପରେ ପୁଲିସକୁ ଖବର ଦେଇଥିଲେ । ଦୁର୍ଘଟଣା ଖବର ପାଇବା ମାତ୍ରେ ଡିଏମ୍ ଓ ଏସ୍ପି ଜିଲ୍ଲା ଡାକ୍ତରଖାନାରେ ପହଞ୍ଚିଥିଲେ ।

Related Articles

Back to top button