ସିବିଆଇର ୧୫ ଜଣ ଅଫିସରଙ୍କୁ ମେଡାଲ

ନୂଆଦିଲ୍ଲୀ: ତଦନ୍ତ କ୍ଷେତ୍ରରେ ଉତ୍କର୍ଷତା ଲାଗି ସିବିଆଇର ୧୫ ଜଣ ଅଫିସରଙ୍କ ସ୍ବରାଷ୍ଟ୍ରମନ୍ତ୍ରୀ ମେଡାଲରେ ସମ୍ମାନିତ କରାଯାଇଛି। ଏହି ସମ୍ମାନଜନକ ମେଡାଲ ବିଜେତାଙ୍କ ମଧ୍ୟରେ ଅଛନ୍ତି ଡେପୁଟି ଏସ୍‌ପି ସୁରେନ୍ଦ୍ର କୁମାର ରୋହିଲା। ସେ ଆଲ୍ଲାହାବାଦ ହାଇକୋର୍ଟର ପୂର୍ବତନ ବିଚାରପତି ଏସ୍‌.ଏନ୍‌. ଶୁକ୍ଳାଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ କରିଥିଲେ। ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ଘଟଣାର ତଦନ୍ତକାରୀ ଟିମ୍‌ରେ ମଧ୍ୟ ରୋହିଲା ରହିଥିଲେ। ସେହିପରି ସିବିଆଇ ଡିଏସ୍‌ପି ପ୍ରମୋଦ କୁମାର ମଧ୍ୟ ସମ୍ମାନିତ ହୋଇଛନ୍ତି। ସେ ୫୦ କୋଟି ଟଙ୍କା ଲାଞ୍ଚ କାରବାର ମାମଲାରେ ରେଲଓ୍ବେର ଅବସରପ୍ରାପ୍ତ ପ୍ରମୁଖ ମୁଖ୍ୟ ମେକାନିକାଲ ଇଞ୍ଜିନିୟର ଏ.କେ. କଥପାଲଙ୍କୁ ଗିରଫ କରିଥିଲେ। କଥପାଲଙ୍କ ଘରୁ ୨.୭୫ କୋଟି ନଗଦ ଟଙ୍କା ଓ ୨୩ କିଲୋଗ୍ରାମ ସୁନା ଜବତ ହୋଇଥିଲା। ସେହିପରି ନୌସେନାରେ ବଡ଼ ଧରଣର ଦୁର୍ନୀତିର ପର୍ଦ୍ଦାଫାସ କରିଥିବା ଡିଏସ୍‌ପି କୁମାର ଭାସ୍କରଙ୍କୁ ମେଡାଲରେ ସମ୍ମାନିତ କରାଯାଇଛି। ମେଡାଲ ପାଇଥିବା ଅନ୍ୟ ସିବିଆଇ ଅଫିସରଙ୍କ ମଧ୍ୟରେ ଅଛନ୍ତି ଡିଏସ୍‌ପି ସନ୍ଦିପସିଂ ସୁରେଶ ସିଂ ଭଦୋରିୟା, ହିମାଂଶୁ ଶାହ, ମହିଳା ଅଫିସର ଏମ୍‌. ଶଶିରେଖା, ଡିଏସ୍‌ପି ମନୋଜ କୁମାର, ଇନ୍ସପେକ୍ଟର ସାମ୍ଭାଜୀ ନିଭୃତ୍ତି ମୁର୍କୁଟେ, ଶ୍ରୀଧର ଡି, ସତ୍ୟବୀର, ସାଜି ସଙ୍କର ଏ.ଏସ., ଦୀପକ କୁମାର, ଅଞ୍ଜୁ କୁମାର, ଅମିତ ଅଓ୍ବଧେଶ ଶ୍ରୀବାସ୍ତବ ଏବଂ ପ୍ରଦୀପ କୁମାର ତ୍ରିପାଠୀ।

Related Articles

Back to top button