ଦିଲ୍ଲୀରେ ମାସ୍କ ନପିନ୍ଧିଲେ ୫୦୦ ଟଙ୍କା ଜରିମାନା

ନୂଆଦିଲ୍ଲୀ, ୧୧।୮ : ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ପୁଣି କଟକଣା ଫେରିଛି। ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଯଦି କେହି ଏହି ନିୟମର ଉଲ୍ଲଂଘନ କରୁଛନ୍ତି ତେବେ ତାଙ୍କଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ।

ତେବେ କାରରେ ଯାତ୍ରା ସମୟରେ ଏଭଳି କରିବା ଜରୁରୀ ନୁହେଁ ବୋଲି ଜାରି ହୋଇଥିବା ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି। ବ୍ୟକ୍ତିଗତ ଚାରି ଚକିଆ ଯାନରେ ଯାତ୍ରା କରିବା ସମୟରେ ମାସ୍କ ନ ପିନ୍ଧିଲେ ଜରିମାନା ଆଦାୟ କରାଯିବ ନାହିଁ ।

ଗତ ଏକ ସପ୍ତାହ ମଧ୍ୟରେ ଜାତୀୟ ରାଜଧାନୀରେ ସଂକ୍ରମଣ ମାମଲା ବୃଦ୍ଧି ପାଇଛି। ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ତେବେ ବିଶେଷଜ୍ଞ ଏବଂ ଅଧିକାରୀମାନେ କହିଛନ୍ତି ଯେ କେବଳ ସେହି ବ୍ୟକ୍ତି ଯେଉଁମାନେ ପୂର୍ବରୁ କୌଣସି ସ୍ବାସ୍ଥ୍ୟଗତ ସମସ୍ୟାରେ ପୀଡିତ ଅବା କର୍କଟ, ଯକ୍ଷ୍ମା କିମ୍ବା ଅନ୍ୟ କୌଣସି ଗୁରୁତର ସ୍ବାସ୍ଥ୍ୟ ସମସ୍ୟାରେ ଆକ୍ରାନ୍ତ ହୋଇଛନ୍ତି, ସେମାନଙ୍କର ମୃତ୍ୟୁ ଘଟିଛି। ସରକାରୀ ଅଧିକାରୀ କହିଛନ୍ତି ଯେ ଅଧିକାଂଶ ମୃତ୍ୟୁରେ ଆକ୍ରାନ୍ତ କରୋନାରେ ପୀଡିତ ଥିବା ସହିତ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା କାରଣରୁ ଚିକିତ୍ସିତ ହେଉଥିଲେ।

Related Articles

Back to top button