ମୁମ୍ବାଇର ଏକ କୋଠାରେ ଅଗ୍ନିକାଣ୍ଡ, ବାଲକନୀରେ ଝୁଲି ରହିଛନ୍ତି ଲୋକେ

ମୁମ୍ବାଇ: ମୁମ୍ବାଇର ନ୍ୟୁତିଳକ ନଗର ଇଲାକାରେ ଶନିବାର ବଡ ଅଘଟଣ ଘଟିଛି। ଅପରାହ୍ନ ପ୍ରାୟ ୨ଟା ୪୩ରେ ଏକ ଜନବହୁଳ କୋଠାରେ ଅଗ୍ନିକାଣ୍ଡ ଘଟିଛି। ସୂଚନା ମିଳିବା ମାତ୍ରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି। ଲୋକେ ନିଜ ଜୀବନ ବଞ୍ଚାଇବା ପାଇଁ ବାଲକନୀରୁ ବାହାରେ ଝୁଲି ରହିଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ଘଟଣାରେ କୌଣସି ମୃତାହତର ଖବର ନଥିବା ମୁମ୍ବାଇ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରକାଶ।

ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଗାଡି ଏବଂ କର୍ମଚାରୀ ପହଞ୍ଚି କୋଠାରେ ଫସିଥିବା ଲୋକଙ୍କୁ ଉଦ୍ଧାର କରୁଛନ୍ତି। ନିଆଁ କୋଠାର ୧୨ତମ ମହଲାରେ ଲାଗିଥିବା ଜଣା ପଡିଛି। ଆମ୍ବଲାନ୍ସ ଏବଂ ପୋଲିସ୍ ଦଳ ମଧ୍ୟ ଘଟଣାସ୍ଥଳକୁ ପହଞ୍ଚି ଯାଇଛନ୍ତି। ଅଗ୍ନିକାଣ୍ଡର କାରଣ ଜଣା ପଡିନି।

Related Articles

Back to top button