ବେଙ୍ଗାଲୁରୁରୁ କୋଲକାତା ଯାଉଥିବା ହାୱଡ଼ା ଏକ୍ସପ୍ରେସ୍‌ ଏସି କୋଚ୍‌ରେ ଲାଗିଲା ନିଆଁ

ହାଇଦ୍ରାବାଦ: ହାୱଡ଼ା ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ। ବେଙ୍ଗାଲୁରୁରୁ କୋଲକାତା ଯାଉଥିବା ହାଓଡ଼ା ଏକ୍ସପ୍ରେସ୍‌ରେ ଗୋଟିଏ ବଗିରେ ନିଆଁ ଲାଗିଯାଇଛି। ଟ୍ରେନ୍‌ର ଏସ୍‌-୯ ଏସି କୋଚ୍‌ରେ  ନିଆଁ ଲାଗିବା ପରେ ଆନ୍ଧ୍ରପ୍ରଦେଶର କୁପ୍ପମ ଷ୍ଟେସନ୍‌ରେ ଗାଡ଼ିକୁ ଅଟକାଯାଇଛି। ଟ୍ରେନ୍‌ରେ ନିଆଁ ଲାଗିବା ନେଇ ଲୋକୋମୋଟିଭ୍ ପାଇଲଟ ସତର୍କ କରାଇଥିଲେ। ଏହାପରେ ଟ୍ରେନ୍‌ରୁ ସମସ୍ତ ଯାତ୍ରୀ ଓହ୍ଲାଇ ପଡ଼ିଛନ୍ତି।

ଏହି ଘଟଣାରେ ଯାତ୍ରୀଙ୍କ ଧନଜୀବନ ହାନୀ ନେଇ କୌଣସି ସୂଚନା ମିଳି ନାହିଁ। ଅଗ୍ନିକାଣ୍ଡ ସମ୍ପର୍କରେ ସବିବେଷ ତଥ୍ୟ ଏପର୍ଯ୍ୟନ୍ତ ହସ୍ତଗତ ହୋଇ ନାହିଁ। ତେଣୁ ଅପ୍‌ଡେଟ୍‌ ପାଇଁ ରିଫ୍ରେସ୍‌ କରି ଖବରଟିକୁ ପଢ଼ିବାକୁ ଅନୁରୋଧ।

Related Articles

Back to top button