ଗ୍ୟାଙ୍ଗଷ୍ଟର ରାଜୁ ଥେଟ୍‌ଙ୍କ ୫ ଜଣ ହତ୍ୟାକାରୀ ଗିରଫ

ଜୟପୁର: ଗତକାଲି ରାଜସ୍ଥାନରେ ଗ୍ୟାଙ୍ଗଷ୍ଟର ରାଜୁ ଥେଟ୍‌କୁ ଗୁଳି କରି ହତ୍ୟା କରିବା ଘଟଣାରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ଗରିଫ କରିଛି ପୁଲିସ୍। ଏବଂ ଗତକାଲି ହତ୍ୟା ବେଳେ ରାଜୁ ଘର ଗେଟ୍ ପାଖରେ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତିଙ୍କୁ ବି ଗିରଫ କରିଛି ପୁଲିସ୍। ରବିବାର ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ୍ ଏହି ସୂଚନା ଦେଇଛନ୍ତି। ଏନ୍‌କାଉଣ୍ଟର କରି ସେମାନଙ୍କୁ ଗିରଫ କରାଯାଇଛି।

ଏନ୍‌କାଉଣ୍ଟର ବେଳେ ଦୁଇଜଣ ଆହତ ମଧ୍ୟ ହୋଇଛନ୍ତି ବୋଲି ପୁଲିସ ସୂଚନା ଦେଇଛି। ଗିରଫ ୬ ଜଣ ହେଲେ ଶିକାର ଅଞ୍ଚଳର ମନୀଷ ଜାଟ୍, ବିକ୍ରମ ଗୁରଜାର, ଏବଂ ହରିୟାଣା ଶତୀଷ କୁମାର, ଜତିନ ମେଘୱାଲ ଏବ ନବୀନ ମେଘୱାଲ୍।

ଗତକାଲି ଗ୍ୟାଙ୍ଗଷ୍ଟରମାନେ ରାଜୁକୁ ହତ୍ୟା କଲା ବେଳେ ସେଠାରେ ତାରାଚାନ୍ଦ କଡୱାସ୍ୱର ନାମକ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଥିଲେ। ତାରାଚାନ୍ଦ କୋଚିଂ ସେଣ୍ଟର ଯାଇଥିବା ତାଙ୍କ ଝିଅକୁ ଆଣିବାକୁ ଯାଉଥିବା ବେଳେ ଗୁଣ୍ଡାମାନେ ତାଙ୍କୁ ରାଜୁଙ୍କ ସହଯୋଗୀ ବୋଲି ଭାବି ଗୁଳି ମାରିଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟ ହୋଇଥିଲା।  ଏହାପରେ ସେମାନେ କଡୱାସରଙ୍କ କାର୍ ଚାବି ଛଡ଼େଇ ନେଇ ସେଠାରୁ ଚାଲିଯାଇଥିଲେ।

Related Articles

Back to top button