ଆଉ ୫ ଭାରତୀୟ ସ୍ଥଳଙ୍କୁ ଅନ୍ତର୍ଜାତୀୟ ମହତ୍ୱର ଆର୍ଦ୍ଦଭୂମି ମାନ୍ୟତା, ରାମସର ସୂଚୀରେ ସାମିଲ

ନୂଆଦିଲ୍ଲୀ : ରାମସର ଚୁକ୍ତି ଅନୁସାରେ ଆଉ ୫ ଭାରତୀୟ ସ୍ଥଳଙ୍କୁ ଅନ୍ତର୍ଜାତୀୟ ମହତ୍ୱର ଆର୍ଦ୍ଦଭୂମି ମାନ୍ୟତା ମିଳିଛି। କେନ୍ଦ୍ର ପରିବେଶ ମନ୍ତ୍ରାଳୟ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଏହି ମାନ୍ୟତା ସହ ଦେଶରେ ଆର୍ଦ୍ଦଭୂମି ସଂଖ୍ୟା ୫୪କୁ ପହଞ୍ଚିଛି। ମନ୍ତ୍ରାଳୟଙ୍କ ଅନୁସାରେ ଯେଉଁ ୫ ସ୍ଥଳଙ୍କୁ ଆର୍ଦ୍ଦଭୂମି ଭାବେ ମାନ୍ୟତା ମିଳିଛି ଏଥିରେ ତାମିଲନାଡୁର ୩, ମଧ୍ୟପ୍ରଦେଶର ୧ ଓ ମିଜୋରାମର ଗୋଟିଏ ସ୍ଥାନ ରହିଛି।

ରାମସର ସୂଚୀର ଉଦ୍ଦେଶ୍ୟ ଆର୍ଦ୍ଦଭୂମିର ଏକ ଅନ୍ତରାଷ୍ଟ୍ରୀୟ ନେଟୱାର୍କ ବିକଶିତ କରିବା ଓ ଏହାକୁ କାୟମ ରଖିବା। ଯାହା ବୈଶ୍ୱିକ ଜୈବ ବିବିଧତାର ସଂରକ୍ଷଣ ସାଙ୍ଗକୁ ମାନବ ଜୀବନକୁ କାୟମ  ରଖିବା ପାଇଁ ସେମାନଙ୍କ ପାରିସ୍ଥିତିକ ତନ୍ତ୍ର, ଘଟକ, ପ୍ରକ୍ରିୟା ଓ ଲାଭକୁ ରକ୍ଷଣାବେକ୍ଷଣା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଏ ନେଇ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏକ ଟ୍ୱିଟ୍‌ କରିଛନ୍ତି। ଏଥିରେ ପରିବେଶର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଲାଗି ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ ଯୋଗୁ ଏ ଦିଗରେ ଉଲ୍ଲେଖନୀୟ ସୁଧାର ହୋଇଥିବା ଉଲ୍ଲେଖ କରିଛନ୍ତି।

ସେ କହିଛନ୍ତି ଯେ ତାମିଲନାଡୁର କରିକିଲୀ ପକ୍ଷୀ ଅଭୟାରଣ୍ୟ, ପଲ୍ଲୀକରନେଇ ମାର୍ସ ରିଜର୍ଭ ଫରେଷ୍ଟ, ପିଚଭରମ ମ୍ୟାନଗ୍ରୋଭ ସାଙ୍ଗକୁ ମଧ୍ୟପ୍ରଦେଶର ସାକ୍ଷ୍ୟ ସାଗର ଓ ମିଜୋରାମର ପାଲା ଆର୍ଦ୍ଦଭୂମିକୁ ଏହି ସମ୍ମାନଜନକ ସୂଚୀରେ ସ୍ଥାନ ମିଳିଛି। ରାମସର ସନ୍ଧି ଆର୍ଦ୍ଦଭୂମି ସଂରକ୍ଷଣ ଓ ବୁଦ୍ଧିମାନର ସହ ଏହାର ଉପଯୋଗ ସମ୍ପର୍କିତ ଅନ୍ତର୍ଜାତୀୟ ଚୁକ୍ତି। ଏହାକୁ କାସ୍ପିଆନ ସାଗରସ୍ଥିତ ଇରାନୀ ସହର ରାମସର ନାମରେ ନାମିତ କରାଯାଇଛି। ୨ ପେବୃଆରୀ ୧୯୭୧ରେ ଏହି ସନ୍ଧି ସ୍ୱାକ୍ଷରିତ ହୋଇଥିଲା।

Related Articles

Back to top button