ଯାତ୍ରୀଙ୍କୁ ପାଟନା ବଦଳରେ ରାଜସ୍ଥାନ ପହଞ୍ଚାଇଲା ଇଣ୍ଡିଗୋ ବିମାନ, ତଦନ୍ତ ନିର୍ଦ୍ଦେଶ ଦେଲା ଡିଜିସିଏ

ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନ୍ସ ଜଣେ ଯାତ୍ରୀଙ୍କୁ ବିହାର ବଦଳରେ ରାଜସ୍ଥାନରେ ପହଞ୍ଚାଇଦେଇଛି। ଏହି ପ୍ରସଙ୍ଗରେ ଶୁକ୍ରବାର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ତଦନ୍ତ ପାଇଁ ନିର୍ଦ୍ଦେଶ ଜାରି କରିଛି। ଡିଜିସିଏ କହିଛି ଯେ, ଏହି ଯାତ୍ରୀ ପାଟନାକୁ ଏକ ଇଣ୍ଡିଗୋ ବିମାନରେ ଯିବା କଥା, କିନ୍ତୁ ଏହା ବଦଳରେ ସେ ଉଦୟପୁର ଅଭିମୁଖେ ଆଉ ଏକ ଇଣ୍ଡିଗୋ ବିମାନରେ ଚଢିଥିଲେ। ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଜାନୁୟାରୀ ୩୦ରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଆଫସର ହୁସେନ ନାମକ ଜଣେ ଯାତ୍ରୀ ଇଣ୍ଡିଗୋ ବିମାନ ୬ଇ-୨୧୪ରେ ପାଟନାକୁ ଟିକେଟ୍‌ ବୁକ୍‌ କରିଥିଲେ। ଏଥିସହ ଯାତ୍ରୀ ନିର୍ଦ୍ଧାରିତ ବିମାନରେ ଯିବା ପାଇଁ ଜାନୟାରୀ ୩୦ରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ, କିନ୍ତୁ ଭୁଲରେ ଇଣ୍ଡିଗୋ ଉଦୟପୁର ବିମାନ ୬ଇ-୩୧୯ରେ ଚଢିଯାଇଥିଲେ।
ଏହାପରେ ଯାତ୍ରୀଜଣଙ୍କ ଉଦୟପୁର ବିମାନବନ୍ଦରରେ ପହଞ୍ଚିବା ପରେ ସେ ଜାଣିବାକୁ ପାଇଲେ। ଏହାକୁ ନେଇ ସେ ଉଦୟପୁର ବିମାନବନ୍ଦରରେ ଥିବା ଅଧିକାରୀମାନଙ୍କୁ ଜଣାଇଥିଲେ। ପରେ ବିମାନବନ୍ଦର ଅଧିକାରୀ ବିମାନ କମ୍ପାନୀକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଖବର ମୁତାବକ ଇଣ୍ଡିଗୋରେ ଆଉ ଏକ ବିମାନରେ ତାଙ୍କୁ ଦିଲ୍ଲୀ ନିଆଯାଇ ପରଦିନ ତାଙ୍କୁ ପାଟନା ଅଣାଯାଇଥିଲା। ବୋର୍‌ ବେଳେ ତ୍ରୁଟିପୂର୍ଣ୍ଣ ଯୋଗୁ ତାଙ୍କୁ ଭୁଲରେ ଆଉ ଏକ ବିମାନର ଠିକଣା ଦିଆଯାଥିଲା। ବୋର୍ଡିଂ ପାସ ଭଲ ଭାବେ ସ୍କାନ କରାଯାଇନଥିଲା ଏବଂ ବୋର୍ଡିଂ ପୂର୍ବରୁ ନିୟମ ଅନୁଯାୟୀ ଚେକିଂ କରାଯାଇ ନ ଥିଲା। ତେବେ ଏହି ଘଟଣାକୁ ନେଇ ଡିଜିସିଏ ଅଧିକାରୀ କହିଛନ୍ତି, ଏ ବାବଦରେ ଏକ ରିପୋର୍ଟ ମଗାଯାଇଛି ଏବଂ ବିମାନ ସେବା ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Related Articles

Back to top button