ଭେଣ୍ଟିଲେଟରରେ ଅଛନ୍ତି ବିହାରର ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ବିହାରର ଲୋକକଣ୍ଠଶିଳ୍ପୀ ଶାରଦା ସିହ୍ନା

ଦିଲ୍ଲୀ ଏମ୍ସରେ ଭେଣ୍ଟିଲେଟରରେ ଅଛନ୍ତି ବିହାରର ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ବିହାରର ଲୋକକଣ୍ଠଶିଳ୍ପୀ ଶାରଦା ସିହ୍ନା। ପ୍ରତ୍ୟେକ ମିନିଟ୍ ତାଙ୍କ ଅବସ୍ଥାକୁ ନେଇ ଗୁରୁତ୍ୱପୂର୍ଣ୍ଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଘଟଣା ସଂପର୍କରେ ଅବଗତ ଅଛନ୍ତି। ଶରଦାଙ୍କ ପୁଅ ଅଂଶୁମାନ ସିହ୍ନାଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦୀ କଥା ହୋଇଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ଶାରଦା ସିହ୍ନାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅଂଶୁମାନ ସୂଚନା ଦେଇଛନ୍ତି।

ଅଂଶୁମାନ ତାଙ୍କ ମା’ଙ୍କ ଅବସ୍ଥା ସଂକଟାପନ୍ନ ବୋଲି ବର୍ଣ୍ଣନା କରିବା ସହ ଛଟ୍ ମାଇୟାଙ୍କୁ ପ୍ରାର୍ଥନା କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି। ଏହା ସହ ତାଙ୍କ ପୁଅ ଛଟ ପୂର୍ବରୁ ତାଙ୍କର ନୂଆ ଗୀତ ‘ଦୁଖୱା ମିତାୟିନ ଛଟ୍‌ ମୈୟା’ ରିଲିଜ କରିଛନ୍ତି।ଅକ୍ଟୋବର ୨୫ ତାରିଖରେ ଶାରଦା ସିହ୍ନାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଏମ୍ସର କ୍ୟାନସର ସେଣ୍ଟର ମେଡିକାଲ ଅଙ୍କୋଲୋଜି ୱାର୍ଡରେ ଭର୍ତ୍ତି କରାଯାଇଥିଲା। ମେଡ଼ିକାଲ ଅନ୍କୋଲୋଜି ବିଭାଗର ଜଣେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଛି।

ସେ ମୈଥିଲି ଏବଂ ଭୋଜପୁରୀର ଜଣେ ଲୋକଗାୟକ ଭାବରେ ଜଣାଶୁଣା। ତାଙ୍କର ଛଟ୍ ପୂଜା ଗୀତ ଗୁଡ଼ିକ ଅତ୍ୟନ୍ତ ଲୋକପ୍ରିୟ ଏବଂ ସେ ବିହାର କୋକିଲା ନାମରେ ମଧ୍ୟ ପରିଚିତ, କିନ୍ତୁ ସେ ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ଗୀତ ମଧ୍ୟ ଗାଇଛନ୍ତି।କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ସୋମବାର ଏମ୍ସ ଯାଇ ଶାରଦା ସିହ୍ନାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ନିକଟରେ ଅଶ୍ୱିନୀ କୁମାର ଚୌବେ, ରାମନାଥ ଠାକୁର ଏବଂ ଧର୍ମଶୀଳା ଗୁପ୍ତା ମଧ୍ୟ ସିହ୍ନାଙ୍କୁ ଭେଟିଥିଲେ। ଚିରାଗ ପାସୱାନ ଶାରଦା ସିହ୍ନାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଏକ୍ସରେ ପୋଷ୍ଟ କରିଥିଲେ ଏବଂ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିଲେ।

ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ୭୨ ବର୍ଷୀୟ ଶାରଦା ସିହ୍ନା ୨୦୧୭ରେ ମଲ୍ଟିପଲ୍ ମାଇଲୋମା କର୍କଟ ରୋଗରେ ପୀଡ଼ିତ ଥିଲେ। ଶାରଦା ସିହ୍ନା କିଛି ସପ୍ତାହ ତଳେ ତାଙ୍କ ସ୍ୱାମୀ ବ୍ରଜ କିଶୋର ସିହ୍ନାଙ୍କୁ ହରାଇଥିଲେ, ଯିଏ କି ବ୍ରେନ୍ ହେମରେଜ୍ ରେ ପୀଡ଼ିତ ଥିଲେ। ଚଳିତ ବର୍ଷ ଆରମ୍ଭରେ ଦୁହେଁ ନିଜର ୫୪ତମ ବିବାହ ବାର୍ଷିକୀ ପାଳନ କରିଥିଲେ। କୁହାଯାଉଛି ଯେ ଶାରଦା ସିହ୍ନା ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତବ୍ଧ ଅଛନ୍ତି।ଶାରଦା ସିହ୍ନା ‘ଜାଇସେ ମୈନେ ପ୍ୟାର୍ କିଆ’ ଏବଂ ‘ହମ୍ ଆପ୍କେ ହୈ କୌନ୍’ ଭଳି ବଲିଉଡ୍ ଚଳଚ୍ଚିତ୍ର ପାଇଁ ମଧ୍ୟ ଲୋକପ୍ରିୟ ଗୀତ ଗାଇଛନ୍ତି। ସେ ଅନୁରାଗ କଶ୍ୟପଙ୍କ ଫିଲ୍ମ ‘ଗ୍ୟାଙ୍ଗସ ଅଫ୍ ୱାସେପୁର’ରେ ‘ତାର ବିଜୁଳି କେ ଜାସି’ ଗୀତ ମଧ୍ୟ ଗାଇଥିଲେ। ୧୯୯୧ମସିହାରେ ତାଙ୍କୁ ପଦ୍ମଶ୍ରୀ ଓ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ରେ ସମ୍ମାନିତ କରାଯାଇଥିଲା।

Related Articles

Back to top button