୬୦ ଫୁଟ ଉଚ୍ଚତାରୁ ଭାଙ୍ଗିଲା ରେଳ ଫୁଟ୍ ଓଭର ବ୍ରିଜ୍: ୨୦ ଜଣ ଯାତ୍ରୀ ଖସି ଟ୍ରାକ ଉପରେ ପଡ଼ିଲେ

ନୂଆଦିଲ୍ଲୀ:  ୨୦ ଜଣ ଯାତ୍ରୀ ଯାଉଥିବା ସମୟରେ ହଠାତ୍ ଏକ ଫୁଟ ଓଭର ବ୍ରିଜ୍ ଭାଙ୍ଗି ପଡ଼ିଥିଲା । ଫଳରେ ହଠାତ୍ ୬୦ ଫୁଟ ଉଚ୍ଚରେ ଥିବା ବ୍ରିଜରୁ ତଳକୁ ଅନେକ ଯାତ୍ରୀ ଖସି ରେଳ ଟ୍ରାକ୍ ଉପରେ ପଡ଼ିଥିଲେ ।

ଏହି ଭୟଙ୍କର ଟ୍ରେନ ଦୁର୍ଘଟଣାରେ ପାଖାପାଖି ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେଥିରେ ୮ ଜଣଙ୍କ ଅବସ୍ଥା ସଙ୍କଟଜନକ ରହିଛି । କାଜିପେଟ ପୁଣେ ଏକ୍ସପ୍ରେସରେ ଚଢ଼ିବା ପାଇଁ ଯାତ୍ରୀମାନେ ୧ ନମ୍ବର ପ୍ଲାଟଫର୍ମରୁ ୪ ନମ୍ବର ପ୍ଲାଟଫର୍ମକୁ ଯାଉଥିଲେ । ଏହି ସମୟରେ ଅଚାନକ ବ୍ରିଜର ଏକ ବଡ଼ ଖଣ୍ଡ ଭାଙ୍ଗିଯାଇ ତଳକୁ ଖସି ପଡ଼ିଥିଲା । ତେଣୁ ସେହି ସମୟରେ ବ୍ରିଜରେ ଚାଲୁଥିବା ବହୁ ଯାତ୍ରୀ ତଳକୁ ଖସି ପଡ଼ିଥିଲେ ।

ରେଳ ବ୍ରିଜ ଭୁଶୁଡ଼ିବା ଘଟଣା ଆଜି ସନ୍ଧ୍ୟା ୫ଟା ସମୟରେ ଘଟିଥିଲା । ଅନେକ ପ୍ରତ୍ୟକ୍ଷଦର୍ଶୀ ଏହି ଘଟଣାକୁ ଆଖିରେ ଦେଖିଥିଲେ । ଆହତମାନଙ୍କୁ ସଙ୍ଗେସଙ୍ଗେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ସୂଚନା ସାମ୍ନାକୁ ଆସିଥିବା ବେଳେ ଅନ୍ୟମାନଙ୍କ ବିଷୟରେ କିଛି ସ୍ପଷ୍ଟ ହୋଇନାହିଁ । ଗତ ଅକ୍ଟୋବର ମାସ ୩୦ ତାରିଖରେ ଗୁଜରାଟର ମୋରବୀ ବ୍ରିଜ ଦୁର୍ଘଟଣା ଘଟିଥିଲା । ଉକ୍ତ ଦୁର୍ଘଟଣାରେ ପାଖାପାଖି ୧୪୦ ଜଣ ଲୋକ ପ୍ରାଣ ହରାଇଥିଲେ । ଏହି ଘଟଣା ପରେ ପ୍ରଶାସନ ଓ ନିର୍ମାଣ କାର୍ଯ୍ୟକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା ।

Related Articles

Back to top button