
ଦୂର ବାଟକୁ ଭେଦ କରିପାରୁଥିବା ଭାରତର ପ୍ରଥମ ରିଭଲବର୍
ଭାରତରେ ପ୍ରଥମ ଥର ପାଇଁ ଦୂର ବାଟକୁ ଭେଦ କରିପାରୁଥିବା ଅତ୍ୟାଧୁନିକ ରିଭଲବର୍ ହୋଇଛି, ଯାହାର ରଖାଯାଇଛି ‘ପ୍ରବଳ’। ପ୍ରଥମ ଥର ପାଇଁ ଭାରତ ତିଆରି କରିଥିବା ଏହି ଅତ୍ୟାଧୁନିକ ରିଭଲବର୍ର ରେଞ୍ଜ୍ ହେଉଛି ୫୦ ମିଟର। ଏହା ସାଧାରଣ ବନ୍ଧୁକ ଠାରୁ ୨ ଗୁଣା ଦୂର ଭେଦ କରିପାରିବ। ଏହି ବନ୍ଧୁକ ଆଡଭାନ୍ସଡ୍ ୱିପନ୍ ଆଣ୍ଡ୍ ଇକ୍ୱିପମେଣ୍ଟ ଇଣ୍ଡିଆ(AWEIL)ଦ୍ୱାରା ମାନ୍ୟୁଫାକ୍ଟର କରାଯାଇଛି। ଯାହା ବଜାରରେ ମିଳୁଥିବା ସବୁ ରିଭଲବର୍ ଠାରୁ ସବୁଠୁ ବେଷ୍ଟ ବୋଲି ଦାବି କରିଛି AWEIL। ଏହାର ବ୍ୟାରେଲ ଲମ୍ବ ୭୬ ମି.ମି ରହିଥିବା ବେଳେ ବନ୍ଧୁକର ଓଜନ କ୍ୟାଟ୍ରେଜ୍କୁ ଛାଡ଼ି ୭୦୦ ଗ୍ରାମ ରହିଛି। ବନ୍ଧୁକର ଲମ୍ବ ୧୭୭.୬ ମି.ମି ରହିଛି।
‘ପ୍ରବଳ’ ହେଉଛି ପ୍ରଥମ ବନ୍ଧୁକ ଯାହା ସାଇଡ୍ ସୁଇଙ୍ଗ୍ ସିଲିଣ୍ଡର,ଯଦ୍ୱାରା ଟ୍ରିଗର୍କୁ ମାରିବା ପାଇଁ ସହଜ ହୋଇଥାଏ। ତେବେ ଆଗରୁ ଆସୁଥିବା ବନ୍ଧୁକ ଟ୍ରିଗର୍କୁ ଠେଲିବା କଷ୍ଟକର ହେବା ସହ କ୍ୟାଟ୍ରେଜ୍କୁ ଭର୍ତ୍ତି କରି ଫୋଲ୍ଡ କରିବା ବେଳେ କଷ୍ଟକର ହୋଇଥାଏ। କିନ୍ତୁ ଏହାକୁ ବ୍ୟବହାର କରିବା ଖୁବ୍ ସହଜ ଅଟେ। ଅଗଷ୍ଟ ୧୮ରୁ କେବଳ ବନ୍ଧୁକ ଲାଇସେନ୍ସ ଧାରୀ ଏହାକୁ କିଣିବା ନେଇ ଆବେଦନ କରିପାରିବେ ବୋଲି ସୂଚନା ମିଳିଛି।