ଭାରତୀୟ ସେନା ପାଇଁ ୩୦୭ ଆଡଭାନ୍ସ ଟୋଡ୍ ଆର୍ଟିଲରୀ ଗନ୍ ସିଷ୍ଟମ କିଣିବା ପାଇଁ ମଞ୍ଜୁରୀ

ଦେଶର ସୁରକ୍ଷା ସକାଶେ କ୍ୟାବିନେଟ୍ କମିଟି ପକ୍ଷରୁ ଭାରତୀୟ ସେନା ପାଇଁ ୩୦୭ ଆଡଭାନ୍ସ ଟୋଡ୍ ଆର୍ଟିଲରୀ ଗନ୍ ସିଷ୍ଟମ ଅର୍ଥାତ୍ ATAGS କିଣିବା ପାଇଁ ମଞ୍ଜୁରୀ ଦିଆଯାଇଛି । ଏହି ଅତ୍ୟାଧୁନିକ ବନ୍ଧୁକର ରେଞ୍ଜ୍ ହେଉଛି ୪୮ କିଲୋମିଟର । ମୋଟାମୋଟି ଭାବରେ କହିବାକୁ ଗଲେ , ଯୁଦ୍ଧ ସ୍ଥିତି ଉପୁଜିଲେ ଚୀନ୍ ଏବଂ ପାକିସ୍ତାନ ସୀମାରେ ଛିଡ଼ା ହୋଇ ଏହି ବନ୍ଧୁକର ବ୍ୟବହାର କରିବା ଯାହା ଶତ୍ରୁଙ୍କ ଉପରେ ମୃତ୍ୟୁର ବର୍ଷା କରିବା ତାହା ।ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ପ୍ରେସ୍ ରିପୋର୍ଟ ଅନୁସାରେ , ୩୦୭ ଆଡଭାନ୍ସଡ୍ ଟୱେଡ୍ ଆର୍ଟିଲାରୀ ଗନ୍ ସିଷ୍ଟମ ଓ ୩୨୭ ଅସ୍ତ୍ରଶସ୍ତ୍ର ପରିବହନ ସାମରିକ ଯାନ କିଣିବାକୁ ସ୍ଥିର କରାଯାଇଛି । ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଏବଂ ଭାରତୀୟ ସେନାକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରିବା ଦିଗରେ ଏହି ପଦକ୍ଷେପ ଏକ ପ୍ରମୁଖ ନିଷ୍ପତ୍ତି ।

ଆଟଲାରୀ ବନ୍ଧୁକଗୁଡ଼ିକ ୧୫୫ଏମ୍ଏମ୍/୫୨-କ୍ୟାଲିବର । ଡିଆରଡିଓ ଆଟଲାରୀ ବନ୍ଧୁକଗୁଡ଼ିକୁ ଡିଜାଇନ୍ ପ୍ରସ୍ତୁତ କରିବା ସହିତ ଏହାକୁ ବିକଶିତ କରିଛି । ଏଗୁଡ଼ିକର ନିର୍ମାଣ ଭାରତ ଫୋର୍ଜ ଏବଂ ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ଦ୍ୱାରା କରାଯିବ । ଭାରତ ଫୋର୍ଜକୁ ୬୦% ବନ୍ଧୁକ ନିର୍ମାଣ ପାଇଁ ଦାୟିତ୍ବ ମିଳିଛି । ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ବାକି ୪୦% ବନ୍ଧୁକ ନିର୍ମାଣ କରିବ । ଭାରତୀୟ ସେନା ୧୫ଟି ତୋପ ରେଜିମେଣ୍ଟରେ ଆଟଲାରୀ ବନ୍ଧୁକକୁ ସାମିଲ କରିବ । ଏହି ଚୁକ୍ତି ଆସନ୍ତା ସପ୍ତାହରେ ସ୍ୱାକ୍ଷରିତ ହେବାର ଆଶା କରାଯାଉଛି ।

Related Articles

Back to top button