ଜି-୨୦ ସମ୍ମିଳନୀରେ ବିଦେଶୀ ଅତିଥି ଦେଖିବେ ଓଡ଼ିଶାର ଐତିହ୍ୟ

ଜି-୨୦ ପାଇଁ ସଜେଇ ହୋଇଛି ସାରା ଭାରତ । ପଲ୍ଲୀରୁ ଦିଲ୍ଲୀ ସବୁଠି ଜି-୨୦ ର ଝଲକ। ବଡ ବଡ ରାଜନେତାଙ୍କ ଠାରୁ ସାଧାରଣ ଜନତା ସମସ୍ତେ ଏ ନେଇ ବି ତପ୍ତର୍ ।

ସେପ୍ଟେମ୍ବର ୦୯ ଓ ୧୦ ତାରିଖରେ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ । ସାରା ବିଶ୍ୱରୁ ମହାନ୍ ନେତା ମାନେ ଆସି ଦିଲ୍ଲୀରେ ପହଞ୍ଚିଲେଣି । ଆଉ କିଛି ସମୟ ପରେ ପ୍ରାୟ ସବୁ ଆସି ପହଞ୍ଚିଯିବେ । କାରଣ କାଲିଠୁ ସମ୍ମିଳନୀ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଭାରତ ଅଭିମୁଖେ ବାହାରିଲେଣି ।

ଭାରତ ମଣ୍ଡପମ୍ ଭିତରେ ଆନ୍ତର୍ଜାତିକ ପ୍ରଦର୍ଶନୀ ଓ ସମ୍ମିଳନୀ କେନ୍ଦ୍ର ପ୍ରସ୍ତୁତ ରହିଛି । ଏଠାରେ ଜି-୨୦ ବୈଠକ ଅନ୍ତର୍ଗତ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଭାରତ ମଣ୍ଡପମ୍ ସମ୍ମୁଖରେ ସ୍ଥାନ ପାଇଥିବା ଆକର୍ଷଣୀୟ ନଟରାଜ ମୂର୍ତ୍ତି ଓ ଏକ ସୁନ୍ଦର ପୁଲ ମଧ୍ୟ ଅତିଥିଙ୍କ ମନମୁଗ୍ଧ କରିବ ।

ଜି-୨୦ ରେ ବିଦେଶୀ ଅତିଥି ଦେଖିବାକୁ ପାଇବେ ଓଡ଼ିଶାର କଳାକୃତି। ପଦ୍ମ ବିଭୂଷଣ ସୁଦର୍ଶନ ସାହୁଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ମୂର୍ତ୍ତି ମଧ୍ୟ ନୂଆଦିଲ୍ଲୀ ପାଲମ ଏୟାରପୋର୍ଟକୁ ଯିବା ରାସ୍ତାରେ ଲାଗିଛି। କୋଣାର୍କ ମନ୍ଦିରରେ ଲାଗିଥିବା କଳାକୃତିକୁ ଲକ୍ଷ କରି ଏହି ମୂର୍ତ୍ତି ପ୍ରସ୍ତୁତ ହୋଇଛି । ବିଦେଶରୁ ଆସୁଥିବ ପ୍ରତିଟି ଅତିଥିଙ୍କ ନଜର ଏହି ମୂର୍ତ୍ତି ଉପରେ ପଡିବ।ଭାରତ ଆସୁଥିବ ଅତିଥିମାନଙ୍କୁ ସ୍ବାଗତ କରୁଛି ପଦ୍ମ ବିଭୁଷଣ ସୁର୍ଦଶନ ସାହୁଙ୍କ ସ୍ଥାପତ୍ୟ କଳା । ଓଡିଶାର ପାରମ୍ପରିକ କଳା ଓ ଭାସ୍କର୍ଯ୍ୟକୁ ଅତ୍ୟନ୍ତ ନିଖୁଣଭାବେ ପ୍ରଦର୍ଶିତ କରାଯାଉଛି । ୬ ଫୁଟର ‌କୋଣାର୍କ ଚକ୍ରକୁ ଦିଲ୍ଲୀ ଗେଟରେ ପ୍ରଦର୍ଶିତ ହୋଇଛି ।

ଦୁଇ ଓଡ଼ିଆ ମହିଳା ମାଣ୍ଡିଆ ଚାଷୀ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି । କୋରାପୁଟ ରାଇମିତି ଜିଓରିଆ ଏବଂ ମୟୁରଭଞ୍ଜ ସୁବାସା ମହନ୍ତ । ମିଲେଟ ମିଶନ ସଫଳତା ଓ ମଣ୍ଡିଆର ଉପକାରିତା ବିଷୟରେ ଅବଗତ କରିବେ ।

ସେପଟେ ଆଇଏମଏଫର ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଆଭା ଡାଲ ଖାଇ ନୃତ୍ୟ ଦେଖି ନିଜକୁ ଅଟକାଇ ପାରି ନଥିଲେ । ସେ ମଧ୍ୟ ଗୀତର ତାଳେ ତାଳେ ନାଚି ଦେଇଥିଲେ ।

ତା’ ସହ ଏହି ସମ୍ମିଳନୀରେ ଭୁବନେଶ୍ଵର ଆଇଟିଆଇର ହସ୍ତତନ୍ତ ସାମଗ୍ରୀ ପ୍ରଦର୍ଶିତ ହେବ । ଇଣ୍ଡିଆନ କ୍ରାଫ୍ଟ ବଜାରରେ ବିକ୍ରିବଟା ମଧ୍ୟ କରାଯିବ । ଆମେରିକାର ରାଷ୍ଟ୍ରପତି ବାଇଡେନଙ୍କୁ ବାଲୁକା କଳାରେ ସ୍ୱାଗତ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏହା ଅତ୍ୟନ୍ତ ସୁନ୍ଦର ଦେଖାଯିବା ସହ ଏହାକୁ ଦର୍ଶକ ବହୁତ୍ ପ୍ରଶଂସା କରିଛନ୍ତି ।

ଜି-୨୦ ବୈଠକରେ ଜଳବାୟୁ ପରିବର୍ତ୍ତନ, ୟୁକ୍ରେନ ସଂଘର୍ଷ ଯୋଗୁଁ ଆର୍ଥିକ ଓ ସାମାଜିକ କୁପ୍ରଭାବ ହ୍ରାସ, ଦାରିଦ୍ର୍ୟ ମୁକାବିଲା ଆଦି ସମସ୍ୟା ଉପରେ ଚର୍ଚ୍ଚା କରାଯିବ ।

ଜଳ, ସ୍ଥଳ ଓ ଆକାଶ ସବୁଠି ରହିଛି ସୁରକ୍ଷାକର୍ମୀଙ୍କ କଡ଼ା ନଜର । ଟିକେ ବି ଯେମିତି ଅସୁବିଧା ହେବ ନାହିଁ ସେ ଦିଗରେ କଡ଼ା ନଜର ରହିଛି।

Related Articles

Back to top button